ଯୁକ୍ତ ଦୁଇରେ ସିଟ୍‌ ବୃଦ୍ଧି ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର : ପୂର୍ବବର୍ଷ ପରି ଚଳିତବର୍ଷ କରୋନା ପାଇଁ ରାଜ୍ୟର ଶିକ୍ଷାନୁଷ୍ଠାନ ଖୋଲିନାହିଁ। ଛାତ୍ରଛାତ୍ରୀମାନେ ଅନ୍‌ଲାନ୍‌ରେ ପାଠ ପଢ଼ି ପରୀକ୍ଷା ଦେଇଥିଲେ ହେଁ ରେକର୍ଡ଼ ସଂଖ୍ୟାରେ ମାଟ୍ରିକ୍‌ ପାସ୍‌ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯୁକ୍ତ ଦୁଇ ଜୁନିଅର କଲେଜ ଗୁଡ଼ିକରେ ସିଟ୍ ବଢ଼ାଇବା ପାଇଁ ଅନୁମତି ଦେଇଛନ୍ତି।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ରାଜ୍ୟ ସରକାର ଦେଇଥିବା ଅନୁମତି ଅନୁଯାୟୀ ଯେଉଁ କଲେଜ ଗୁଡ଼ିକ ଚାହିଁବେ ୭ ଦିନ ମଧ୍ୟରେ ସିଟ୍ ବୃଦ୍ଧି ପାଇଁ ଆବେଦନ କରିପାରିବେ। ସାମ୍ସ ଜରିଆରେ ଅନଲାଇନରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଚଳିତ ବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି। ହେଲେ ରାଜ୍ୟରେ +୨ ସିଟ୍ ସଂଖ୍ୟା ରହିଛି ୪ ଲକ୍ଷ ୪୩ ହଜାର ୩୫୪। ଅବଶିଷ୍ଟ ଛାତ୍ରଛାତ୍ରୀ କେଉଁଠି ପଢ଼ିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କଲେଜ ଗୁଡ଼ିକରେ ସିଟ୍‌ ସଂଖ୍ୟା ବଢ଼ିଲେ ଯୁକ୍ତ ଦୁଇରେ ପାଠ ପଢ଼ିବାକୁ ସମସ୍ୟା ହେବନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର
between image and heading

Comments are closed.