ଯୁକ୍ତଦୁଇ ପ୍ରଥମ କଟ୍ ଅଫ୍ ମାର୍କ ପ୍ରକାଶ

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ଆଜି ପ୍ରକାଶ ପାଇଲା। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିୟର କଲେଜ ଆଗରେ ରହିଛି।

ରେଭେନ୍ସା ଜୁନିୟର କଲେଜରେ କଳାରେ କଟ୍ ଅଫ୍ ମାର୍କ ୭୨.୫ ପ୍ରତିଶତ ରହିଥିବା ବେଳେ ବିଜେବି କଲେଜର ରହିଛି ୭୧.୮୩ ପ୍ରତିଶତ। ରାଉରକେଲା ସରକାରୀ ଜୁନିଅର କଲେଜ ୬୭.୮୩ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜର କଟ୍ ଅଫ୍ ମାର୍କ ୮୯ ପ୍ରତିଶତ ରହିଥିବା ବେଳେ ବିଜେବି ଜୁନିଅର କଲେଜ ୮୮.୬ ପ୍ରତିଶତ ଓ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର ୮୬.୬୭ ପ୍ରତିଶତ ରହିଛି। ଏହାଛଡା ବାଣିଜ୍ୟରେ ରେଭେନ୍ସା ଜୁନିୟର କଲେଜ ୭୫.୮୩ ପ୍ରତିଶତ, ରାଉରକେଲା ସରକାରୀ ଜୁନିଅର କଲେଜ ୭୫.୫ ପ୍ରତିଶତ ଏବଂ ବାଣିଜ୍ୟରେ ବିଜେବି ଜୁନିଅର କଲେଜର କଟ୍ ଅଫ୍ ମାର୍କ ୭୪ ପ୍ରତିଶତ ରହିଛି।

ମତାମତ ଦିଅନ୍ତୁ ।