ଜୁଲାଇ ଶେଷସୁଦ୍ଧା ମ୍ୟାଟ୍ରିକ୍ ପରୀକ୍ଷା ଫଳ

ଭୁବନେଶ୍ୱର : ଚଳିତ ମାସ ଶେଷସୁଦ୍ଧା ମ୍ୟାଟ୍ରିକ୍‌ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସେ କହିଛନ୍ତି ଖାତା ଦେଖା ସରିଥିବା ବେଳେ ଏବେ ଟାବୁଲେସନ ଚାଲିଛି। ଜୁଲାଇ ୩୧ ଭିତରେ ଫଳାଫଳ ପ୍ରକାଶ ପାଇବ। କିନ୍ତୁ ଯୁକ୍ତ ୨ ଖାତା ମୂଲ୍ୟାୟନରେ ସମସ୍ୟା ହେଉଛି। କରୋନା ସଂକ୍ରମଣ ରୋକିବା ପାଇଁ ଲାଗୁ ହୋଇଥିବା ଶଟଡାଉନ କଟକଣା ପାଇଁ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରକୁ ଆସିପାରୁ ନାହାନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳମାନଙ୍କୁ ଜଣାଇବା ନିମନ୍ତେ ମୁଖ୍ୟ ସଚିବଙ୍କୁ ଚିଠି ଲେଖାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

ମତାମତ ଦିଅନ୍ତୁ ।