ଜୁନ ୨୧ରୁ ରାଜ୍ୟରେ ବ୍ୟାପକ ଟିକାକରଣ

ଭୁବନେଶ୍ୱର : ଆସନ୍ତା ୨୧ ତାରିଖରୁ ରାଜ୍ୟରେ ବ୍ୟାପକ ଟିକାକରଣ କରାଯିବ। ଏଥିପାଇଁ ସରକାର ପ୍ରସ୍ତୁତ ଥିବା ବେଳେ ଲୋକମାନଙ୍କୁ ସୁରୁଖୁରୁରେ କିପରି ଟିକା ଦିଆଯିବ ସେଥିପାଇଁ ଆବଶ୍ୟକ ମାନବ ସମ୍ବଳ ଓ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି। ତେବେ କେଉଁ ଭ୍ୟାକ୍ସିନ୍ କେତେ କାମ ଦେଉଛି ତାହା ଏବେ କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି ଲୋକେ ଭ୍ୟାକ୍ସିନ୍ ନେବା ପରେ ସଂକ୍ରମିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେ ସୁସ୍ଥ, ଗୁରୁତର ହେଉଛନ୍ତି ଓ କେତେ ଜଣଙ୍କର ମୃତ୍ୟୁ ହେଉଛି ସେସବୁର ଅନୁଧ୍ୟାନ କରାଯିବ। ଏହା ଏକ ସମୟ ସାପେକ୍ଷ ପ୍ରକ୍ରିୟା। ତେବେ ଭାକ୍ସିନ୍ ଆମକୁ ୭୧ରୁ ୯୧ ପ୍ରତିଶତ ସୁରକ୍ଷା ଦେଉଛି। ଆଣ୍ଟି ବଡି ସତ୍ତ୍ୱେ ପାଟି ଓ ନାକ ବାଟେ ଭାଇରସ୍ ଶରୀର ଭିତରକୁ ଯିବାର ଆଶଙ୍କା ଥିବା ସେ ସତର୍କ କରାଇ ଦେଇଛନ୍ତି। ଏହାଛଡା ରାଜ୍ୟ ସରକାର ଇକମୋ ମେସିନ ଆଣିବାକୁ ପ୍ରକ୍ରିୟା ଚଳାଇଥିବା ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.