ଜୁନ ପହିଲାରୁ ବଦଳିବ ଏସବୁ ନିୟମ

ନୂଆଦିଲ୍ଲୀ : ଆସନ୍ତା ଜୁନ୍ ମାସ ପହିଲାରୁ କେତେକ ପରିବର୍ତ୍ତନ ହେବାକୁ ଯାଉଛି। ଇନକମ୍ ଟ୍ୟାକ୍ସଠାରୁ ଆରମ୍ଭ କରି ବ୍ୟାଙ୍କିଂ ଓ ନିବେଶ ସମ୍ପର୍କିତ ନିୟମରେ ବଦଳିବାକୁ ଯାଉଥିବାରୁ ଏହାର ସିଧାସଳଖ ପ୍ରଭାବ ଲୋକଙ୍କ ଉପରେ ପଡିବ।

ଖବର ଅନୁଯାୟୀ ଜୁନ୍ ୧ ତାରିଖରୁ ଏଲପିଜି ସିଲିଣ୍ଡରର ଦର ବଦଳିପାରେ। ଏବେ ଏଲପିଜି ସିଲିଣ୍ଡରର ଦାମ ପାଖାପାଖି ୮୫୦ ଟଙ୍କା ଥିବା ବେଳେ କମ୍ପାନି ପ୍ରତି ମାସ ଆରମ୍ଭରୁ ନୂଆ ଦର ଧାର୍ଯ୍ୟ କରନ୍ତି। ତେଣୁ ପହିଲାରୁ ଦର କମିବା କିମ୍ବା ବଢିବ ତାହା ନିର୍ଦ୍ଦାରଣ ହେବ।

ଜୁନ୍ ୭ ତାରିଖରୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣର ନୂଆ ୱେବସାଇଟ୍ ଲଂଚ ହେବ। ତେଣୁ ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ପ୍ରଚଳିତ ୱେବସାଇଟର ବ୍ୟବହାର କରିପାରିବେ ନାହିଁ।

କାନାରା ବ୍ୟାଙ୍କ ସହ ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ ପରେ ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକଙ୍କୁ ଜୁନ୍ ୩୦ ତାରିଖ ଭିତରେ ଆଇଏଫଏସସି କୋଡ୍ ଅପଡେଟ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କାରଣ ଜୁଲାଇ ୧ ତାରିଖରୁ ପୁରୁଣା ଆଇଏଫଏସସି କୋଡ୍ ଅମାନ୍ୟ ହୋଇଯିବ। ସିଣ୍ଡିକେଟ୍ ବ୍ୟାଙ୍କର ଗ୍ରାହକ ହୋଇଥିଲେ ଜୁନ ମାସ ଭିତରେ ଆଇଏଫଏସସି କୋଡ୍ ଅପଡେଟ୍ କରାଇଦିଅନ୍ତୁ।

ବ୍ୟାଙ୍କ ଅଫ୍ ବରୋଦା ଗ୍ରାହକଙ୍କ ପାଇଁ ଜୁନ୍ ୧ ତାରିଖରୁ ଚେକ୍ ମାଧ୍ୟମରେ ପେମେଣ୍ଟ ତରିକା ବଦଳିଯିବ। ଗ୍ରାହକଙ୍କ ପାଇଁ ବ୍ୟାଙ୍କ ଏବେ ପଜିଟିଭ୍ ପେ କନଫର୍ମମେସନ୍ ଅନିବାର୍ଯ୍ୟ କରିଛି। ଠକିବା ରୋକିବା ପାଇଁ ନୂଆ ପେମେଣ୍ଟ ସିଷ୍ଟମ ବ୍ୟାଙ୍କ ଆଣିବାକୁ ଯାଉଛି। ଯେଉଁଥିରେ ତଥ୍ୟ ଭଲ ଭାବେ ଯାଞ୍ଚ କରାଯିବା ପରେ ଟଙ୍କା କାରବାର କରାଯିବ।

ଗୁଗୁଲର ଷ୍ଟୋରେଜ୍ ପଲିସିରେ ଜୁନ୍ ୧ ତାରିଖରୁ ପରିବର୍ତ୍ତନ ଲାଗୁ ହେବ। ଏହାପରଠାରୁ ଗୁଗୁଲ ଫଟୋସରେ ଅନଲିମିଟେଡ୍ ଫଟୋ ଅପଲୋଡ୍ କରିପାରିବେ ନାହିଁ। ଏଣିକି ପ୍ରତି ଜିମେଲ୍ ବ୍ୟବହାରକାରୀଙ୍କୁ ୧୫ଜିବିର ସ୍ପେଶ ମିଳିବ। ଯଦି ଏହାଠାରୁ ଜିବିରୁ ଅଧିକ ସ୍ପେଶ ବ୍ୟବହାର କରିବାକୁ ଚାହୁଁଛନ୍ତି ସେଥିପାଇଁ ଟଙ୍କା ଦେବାକୁ ପଡିବ।

ସମ୍ବନ୍ଧିତ ଖବର
between image and heading

Comments are closed.