ଜୁନରେ ଶିଖର ଛୁଇଁବ କରୋନା ସଂକ୍ରମଣ : ଲାନସେଟ୍ ରିପୋର୍ଟ

0

ନୂଆଦିଲ୍ଲୀ : ଆଗକୁ ମହାମାରୀ କରୋନାର ପ୍ରକୋପ ବଢିବ। ଜୁନରେ ଶିଖର ଛୁଇଁବ ସଂକ୍ରମଣ। ବଢିବ ମୃତ୍ୟୁସଂଖ୍ୟା। ଦିନକୁ ପାଖାପାଖି ୨୫୦୦ ଲେଖାଏଁ ଲୋକଙ୍କର ମୃତ୍ୟୁ ହେବ ବୋଲି ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ୍ ଏହି ଆକଳନ କରିଛି।

ଭାରତରେ କରୋନାର ଦ୍ଵିତୀୟ ଲହର ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କ୍ଷୀପ୍ର ଗତିରେ ବଢି ଚାଲିଛି। କିନ୍ତୁ ଆଗାମୀ ଜୁନରେ ଏହାର ପ୍ରଭାବ ଆହୁରି ଭୟାବହ ହେବ। ମେଡିକାଲ ଜର୍ଣ୍ଣାଲ ‘ଦ ଲାନସେଟ୍ ରିପୋର୍ଟ ଅନୁଯାୟୀ ପ୍ରତିଦିନ ବହୁ ସଂଖ୍ୟକ ଲୋକ ମୃତ୍ୟୁବରଣ କରିବେ। ଏପରିକି ମହାମାରୀ ଦିନକୁ ୧୭୦୦ରୁ ୨୫୦୦ ପର୍ଯ୍ୟନ୍ତ ଜୀବନ ନେଇପାରେ। କାରଣ ଏଥର ଭାଇରସରେ ଟିୟର-୨ ଓ ଟିୟର-୩ ଶ୍ରେଣୀ ଲୋକେ ବେଶି ସଂକ୍ରମିତ ହେଉଛନ୍ତି। ଯାହାଫଳରେ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ସ୍ଥିତି ଅଧିକ ଖରାପ୍ ରହିବ। କରୋନାର ପ୍ରଥମ ଲହରରେ ଅଧିକ ସଂଖ୍ୟକ ଜିଲ୍ଲା ପ୍ରଭାବିତ ହୋଇଥିଲା। ଏବେ ଦେଖାଯାଉଛି ୨ୟ ଲହରରେ କମ୍ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅଧିକ ବଢିଛି।

ସେଥିପାଇଁ ପରାମର୍ଶ ଦିଆଯାଇଛି ଲୋକେ ଯଥାସମ୍ଭବ କରୋନା ଗାଇଡଲାଇନ ପାଳ କରନ୍ତୁ। ନଚେତ୍ ସ୍ଥିତି ଭୟାବହ ହେବ। ପୂର୍ବରୁ ଲାନସେଟର ଭବିଷ୍ୟବାଣୀ ସତ ସାବ୍ୟସ୍ତ ହୋଇଥିଲା। ଗତବର୍ଷ କୁହାଯାଇଥିଲା ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିବା ସହିତ ମୃତ୍ୟୁ ସଂଖ୍ୟା ଅଧିକ ହେବନାହିଁ। ୨୦୨୧ ଫେବୃୟାରୀ ଶେଷରେ ଭାରତରେ କରୋନାର ୨ୟ ଲହର ପ୍ରବାହିତ ହେବ ବୋଲି ‘ଦ ଲାନସେଟ୍ ରିପୋର୍ଟରେ କୁହାଯାଇଥିଲା।

Leave A Reply

Your email address will not be published.