ଜ୍ୱାଲା ଗୁଟ୍ଟା-ବିଷ୍ଣୁ ବିଶାଲଙ୍କ ବାହାଘର ୨୨ରେ

0

ନୂଆଦିଲ୍ଲୀ : ତାମିଲ ସୁପରଷ୍ଟାର ବିଷ୍ଣୁ ବିଶାଲ ଓ ବ୍ୟାଡମିଣ୍ଟନ ଖେଳାଳୀ ଜ୍ୱାଲା ଗୁଟ୍ଟା ବିବାହ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ୨୨ ତାରିଖରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବେ। ସୋସିଆଲ ମିଡିଆ ମାଧ୍ୟମରେ ଉଭୟ ଫ୍ୟାନ୍ସମାନଙ୍କୁ ସୂଚନା ସେୟାର କରିଛନ୍ତି।

ଟ୍ୱିଟରରେ ବିବାହ କାର୍ଡ ସେୟାର କରି ଅଭିନେତା ବିଷ୍ଣୁ ବିଶାଲ ଲେଖିଛନ୍ତି “ଜୀବନ ହେଉଛି ଏକ ଯାତ୍ରା … ଏହାକୁ ଆଲିଙ୍ଗନ କର … ବିଶ୍ୱାସ ରଖ ଓ ଆଗକୁ ବଢ … ଆପଣଙ୍କ ଭଲପାଇବା ଏବଂ ସମର୍ଥନ ସବୁଥର ପରି ଆବଶ୍ୟକ।” ସେହିପରି ଜ୍ୱାଲା ଓ ବିଶାଲ ସ୍ପଷ୍ଟ କରିଛନ୍ତି ସେମାନଙ୍କ ବିବାହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସମାରୋହ ହେବ। କେବଳ ପରିବାର ଓ ନିକଟତମ ସମ୍ପର୍କୀୟ ସାମିଲ ହେବେ।

ବିଷ୍ଣୁ ବିଶାଲ-ଜ୍ୱାଲା ଗୁଟ୍ଟା ଦୀର୍ଘଦିନ ଧରି ପରସ୍ପରକୁ ଡେଟ କରୁଥିଲେ। ଜ୍ୱାଳାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ୨୦୦୫ରେ ସେ ବ୍ୟାଡମିଣ୍ଟନ ଖେଳାଳୀ ଚେତନ ଆନନ୍ଦଙ୍କୁ ବିବାହ କରିଥିଲେ। ୨୦୧୧ରେ ଦୁହେଁ ଅଲଗା ହୋଇଯାଇଥିଲେ। ସେହିପରି ତାମିଲ ଅଭିନେତା ବିଷ୍ଣୁ ବିଶାଲଙ୍କ ପଥମ ପତ୍ନୀଙ୍କ ନାଁ ରଜନୀ ନଟରଜ। ତାଙ୍କର ଗୋଟିଏ ପୁଅ ଥିବା ସୂଚନା ରହିଛି। ଏବେ ଦୁହେଁ ପୁଣିଥରେ ବିବାହ କରିବାକୁ ଯାଉଛନ୍ତି। ଗତ ମାସରେ ବିଷ୍ଣୁ କହିଥିଲେ ସେ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ତା’ପରେ କହିଥିଲେ ‘ଆମେ ଶୀଘ୍ର ବିବାହ କରିବାକୁ ଯାଉଛୁ। ମୁଁ ଏଥିରେ ବହୁତ ଖୁସି ଓ ଉତ୍ସାହିତ। ମୁଁ ଶୀଘ୍ର ବିବାହ ତାରିଖ ଘୋଷଣା କରିବି। ଶେଷରେ ବିଷ୍ଣୁ ବିବାହ ତାରିଖ ଘୋଷଣା କରିଛନ୍ତି। ସେ କ୍ରିକେଟ୍ ଖେଳିବା ସହିତ ଏମବିଏ କରୁଥିଲେ। ପରେ ଫିଲ୍ମ ଦୁନିଆକୁ ଆସି ତାମିଲ ସିନେମାକୁ ଏକାଧିକ ଫିଲ୍ମ ଦେଇଛନ୍ତି।

Leave A Reply

Your email address will not be published.