କ. ନୂଆଗାଁ ଅଞ୍ଚଳରେ ଅଜଣା ରୋଗ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକର କଞ୍ଜାମେଣ୍ଡି ଅଞ୍ଚଳରେ ଅଜଣା ରୋଗ ଆତଙ୍କ ଦେଖାଦେଇଛି। ସପ୍ତାହକ ମଧ୍ୟରେ ୧୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ କିଛି ଲୋକ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ତେବେ ଆଉ କେତେଜଣ ରୋଗୀ କ. ନୂଆଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ଖବର ଅନୁଯାୟୀ ସୁସ୍ଥ ଲୋକେ ହଠାତ୍ ରୋଗାକ୍ରାନ୍ତ ହେଉଛନ୍ତି। ଲୋକଙ୍କୁ ଜ୍ଵର, ଝାଡ଼ା, ବାନ୍ତି ହେଉଛି। ଏହାର କାରଣ କାରଣ ଜଣାପଡ଼ିନାହିଁ। ଏ ସମ୍ପର୍କରେ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି କ.ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ କ୍ରିଷ୍ଣା ନାୟକ।

Leave a Reply

Your email address will not be published. Required fields are marked *

Back to top button