କାହିଁକ ଶୋ’ରୁମ୍ ଓ ଦୋକାନ ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ୍ ବାଜିଥାଏ

ଆପଣ ଧ୍ୟାନ ରଖିଛନ୍ତି ଘଣ୍ଟା ଶୋ’ ରୁମ୍ ହେଉ କିମ୍ବା ଛୋଟ ଦୋକାନରେ ଟଙ୍ଗା ଯାଇଥିବା ଘଣ୍ଟାରେ ସବୁବେଳେ ୧୦ଟା ୧୦ ମିନିଟ ବାଜିଥାଏ। ବିଜ୍ଞାପନରେ ମଧ୍ୟ ସମାନ କଥା ଦେଖିବାକୁ ମିଳେ। ତେବେ ଏହା ପଛର କାରଣ କ’ଣ ହୋଇଥାଇ ପାରେ। ଆସନ୍ତୁ ଏ ବିଷୟରେ ଜାଣିବା ।  

ଘଣ୍ଟାର ଏହି ସମୟକୁ ନେଇ ରହିଛି ବହୁ କାହାଣୀ। ପ୍ରଥମେ ଟାଇମେକ୍ସ ଓ ରୋଲେକ୍ସ ଭଳି ପ୍ରସିଦ୍ଧ କମ୍ପାନୀ ନିଜର ଘଣ୍ଟାର ସମୟ ୮ଟା ୨୦ ମିନିଟରେ ରଖୁଥିଲେ। ଯାହାଫଳରେ କମ୍ପାନୀର ନାମ ଗ୍ରାହକମାନେ ସଫା ସଫା ଦେଖିପାରିବେ। କିନ୍ତୁ ପରେ ଅନୁଭବ କରିଥିଲେ ଘଣ୍ଟାରେ ଏହି ସମୟକୁ ଫିଟ୍ କଲେ କାନ୍ଦୁରା ଚେହେରା ଭଳି ଦେଖାଯାଉଛି। ଏହାଦ୍ଵାରା ଲୋକଙ୍କ ଉପରେ ନକାରତ୍ମକ ପ୍ରଭାବ ପଡିପାରେ। 

୮ଟା ୨୦ ମିନିଟକୁ ନକାରତ୍ମକର ସୂଚନା ମାନୁଥିବା କମ୍ପାନୀ ଏହାକୁ ବଦଳାଇବା ପାଇଁ ନେଇଥିଲା। ଆଉ ଓଲଟା ଦେଖା ଯାଉଥିବା ସମୟ ୧୦ଟା ୧୦ ମିନିଟକୁ ଚୟନ କରଯାଇଥିଲା।  

ଯଦି ଘଣ୍ଟାର ଏହି ସମୟ​‌କୁ ଭଳ ଭାବରେ ଦେଖିବେ ତେବେ ହସୁଥିବା ମୁହଁ ଭଳି ଦେଖିବାକୁ ପାଇବେ। କେବଳ ସେତିକି ନୁହେଁ ୧୦ଟା ୧୦ଟା ମିନିଟ୍ ହେଲେ ଘଣ୍ଟା ଓ ମିନିଟ୍ କଣ୍ଟାର ସ୍ଥିତି ଇଂରାଜୀ ଅକ୍ଷରର ଚିହ୍ନ v ହୋଇଯାଏ। ଏହା ଭିକ୍ଟ୍ରି ବା ବିଜୟର ପ୍ରତୀକ। ଘଣ୍ଟାର ସମୟ ସେଟ୍ କରିବା ପଛର ଏହା ମଧ୍ୟ ଆଉ ଏକ କାରଣ ହୋଇଥାଇପାରେ। ଘଣ୍ଟା କମ୍ପାନୀ ନିଜର ନାମ ୧୨ ଅଙ୍କର ଠିକ୍ ପଛରେ ଲେଖିଥାନ୍ତି ଓ ୧୦ଟା ୧୦ ମିନିଟ୍ ଟାଇମ ଚୟନ କରିବା ଦ୍ଵାରା କମ୍ପାନୀର ନାମ ତୁରନ୍ତ ଲୋକଙ୍କ ଧ୍ୟାନକୁ ଆସିଥାଏ। ଏହି ସମୟ ଘଣ୍ଟା କମ୍ପାନୀର ମାର୍କେଟିଂ ଷ୍ଟ୍ରାଟେଜିର ଅଂଶ। 

ସେହିପରି ଅନ୍ୟ ଏକ କାହାଣୀ ହେଲା ହିରୋସୀମା ଉପରେ ଲିଟିଲ ବୟ ନାମକ ପରମାରୁ ବୋମା ପଡିବାର ସମୟ ଥିଲା ୧୦ଟା ୧୦ ମିନିଟ୍। ଏହି ଆକ୍ରମଣରେ ମୃତ ବ୍ୟକ୍ତିଙ୍କୁ ସହାନୁଭୂତି ବ୍ୟକ୍ତ କରିବା ପାଇଁ ଘଣ୍ଟା ନିର୍ମାଣକାରୀ କମ୍ପାନୀ ହୁଏତ ଏହି ସମୟକୁ ଚୟନ କରିଥାଇ ପାରନ୍ତି। କିନ୍ତୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ସତ ବୋଲି କୁହାଯାଇ ପାରିବନି। କାରଣ ନାଗାସାକି ଉପରେ ହୋଇଥିବା ଆକ୍ରମଣ ସକାଳ ୮ଟା ୧୦ ମିନିଟରେ ହୋଇଥିଲା।

ମତାମତ ଦିଅନ୍ତୁ ।