କାଜୁ ଜଙ୍ଗଲରେ ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମ କାଜୁ ଜଙ୍ଗଲରେ ବୃଦ୍ଧ ଦମ୍ପତିଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଭୀମ ପ୍ରଧାନ ଓ ପତ୍ନୀ ଶିଶୁଳା ପ୍ରଧାନ।

ଖବର ଅନୁଯାୟୀ ଭୀମ ପ୍ରଧାନ ଓ ପତ୍ନୀ ଶିଶୁଳା କାଜୁ ଜଙ୍ଗଲରେ ଦୀର୍ଘବର୍ଷ ହେଲା କାଜୁ ସଂଗ୍ରହ କରି ସେଥିରେ ନିଜର ଗୁଜୁରାଣ ମେଣ୍ଟାଉଥିଲେ। କିଛିଦିନ ତଳେ ତାଙ୍କ ପୁଅବୋହୂ ଆସି ବାପା-ମା’ଙ୍କୁ ଦେଖାକରି ଯାଇଥିଲେ। ଆଜି ଦୁହିଁଙ୍କ ମୃତଦେହ କୁଡ଼ିଆ ଘର ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଥାନାକୁ ଖବର ଦେବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବୃଦ୍ଧ ଦମ୍ପତ୍ତିଙ୍କୁ କିଏ ଓ କାହିଁକି ହତ୍ୟା କରିଛି ତାହା ଜଣା ପଡ଼ିନାହିଁ।

Leave a Reply

Your email address will not be published. Required fields are marked *

Back to top button