କଲ୍ ଗାର୍ଲ ପାଇଁ ୧୦ ହଜାର ନେଇ ଛୁ ମାରିଲା ଦଲାଲ

ନୂଆଦିଲ୍ଲୀ : ଅନଲାଇନରେ କଲ୍ ଗାର୍ଲ ବୁକିଙ୍ଗରେ ଠକେଇ। ୧୦ ହଜାର ନେଇ ଦଲାଲ ଛୁ। ଯୁବତୀଙ୍କୁ ଅପେକ୍ଷା କରି ନିରାଶ ହେବାପରେ ଯୁବକ ଜଣକ ପୋଲିସରେ ଅଭିଯୋଗ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ଠକେଇର ଶିକାର ହୋଇଥିବା ଯୁବକ ଜଣକ ଲକ୍ଷ୍ନୌର ସେକ୍ଟର ୩୯ରେ ରୁହନ୍ତି। ନଭେମ୍ବର ୬ ତାରିଖରେ ଅନଲାଇନ୍ ସେକ୍ସ କାରବାର ନେଇ ସେ ଜଣେ ଯୁବକଙ୍କ ସହ ଅନଲାଇନରେ ଯୋଗାଯୋଗ କରିଥିଲେ। କଥାବାର୍ତ୍ତା ହେବାପରେ ୧୦ ହଜାର ଟଙ୍କାରେ ଡିଲ୍ ଫାଇନାଲ ହୋଇଥିଲା। ଟଙ୍କା ନେଇ ଦିଲ୍ଲୀ ବଟାନିକାଲ ଗାର୍ଡେନ୍ ମେଟ୍ରୋ ଷ୍ଟେସନକୁ ଆସିବା ପାଇଁ କୁହାଯାଇଥିଲା। ମେଟ୍ରୋ ଷ୍ଟେସନରେ ପହଞ୍ଚିବା ପରେ ଗୋଟିଏ ଧଳା ରଙ୍ଗର ସ୍ୱିଫ୍ଟ କାରରେ ଆସିଥିବା ଦୁଇଜଣ ବ୍ୟକ୍ତି ଯୁବକଙ୍କଠାରୁ ୮୫୦୦ ଟଙ୍କା କ୍ୟାସ୍ ଓ ୧୫୦୦ ଟଙ୍କା ଅନଲାଇନରେ ନେଇଥିଲେ। ଆଉ କହିଥିଲେ କିଛି ସମୟ ଅପେକ୍ଷା କରନ୍ତୁ ଜଣେ ଯୁବତୀ ଆସି ପହଞ୍ଚିବେ।

ଦୀର୍ଘ ସମୟ ଅପେକ୍ଷା କରି ନିରାଶ ହେଲେ ଯୁବକ। କେହି ଯୁବତୀ ଆସିଲେନି। ଏହାପରେ ସେ ଟଙ୍କା ଦେଇଥିବା ଦୁଇ ବ୍ୟକ୍ତିଙ୍କୁ ଫୋନରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଫୋନ୍ ସ୍ଵିଚ ଅଫ୍ ହୋଇଥିବାରୁ ସେ ଜାଣିଗଲେ ଠକାମିର ଶିକାର ହୋଇଛନ୍ତି। ଏନେଇ ନୋଏଡା ସେକ୍ଟର ୩୯ରେ ଥାନାରେ ଅଭିଯୋଗ କରିବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।