କଳା ତାଲିକାଭୁକ୍ତ ହେବେ ଟେଲିକମ ଉପକରଣ ବିକ୍ରେତା

ନୂଆଦିଲ୍ଲୀ : ଚୀନ-ଭାରତ ମଧ୍ୟରେ ସୀମାକୁ ନେଇ ବିବାଦ ଲାଗିରହିଛି। ଚୀନ ଆପ ବ୍ୟାନ କରିବା ପରେ କେନ୍ଦ୍ର ସରକାର ଆଉ ଏକ ପଦକ୍ଷେପ ନେବାକୁ ଯାଉଛନ୍ତି। ଭାରତରେ ଟେଲିକମ ଉପକରଣ ଯୋଗାଉଥିବା କିଛି ବିକ୍ରେତାଙ୍କୁ ଖୁବଶୀଘ୍ର କଳା ତାଲିକାଭୁକ୍ତ କରାଯିବ ବୋଲି କୁହାଯାଉଛି।

ସେହିପରି ଦେଶରେ ସେବା ଓ ଉତ୍ପାଦ ବିକ୍ରି କରିବାକୁ ଯୋଗ୍ୟତା ହାସଲ କରିବାକୁ ଥିବା କମ୍ପାନୀକୁ ‘ଇଣ୍ଡିଆ ଟ୍ରଷ୍ଟ ଉତ୍ସ’ ଭାବେ ନାମିତ କରାଯିବ। ଟେଲିକମ୍ କ୍ଷେତ୍ର ପାଇଁ ପ୍ରକାଶ ପାଇବ ତାଲିକା। ଏଥିରେ କମ୍ପାନୀ ଗୁଡ଼ିକ କାହାଠାରୁ ଜିନିଷ ଓ ସେବା ଆଣିପାରିବେ ସେ ବିଷୟରେ ତଥ୍ୟ ରହିବ।

କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଟେଲିକମ ସେକ୍ଟରର ସୁରକ୍ଷାକୁ ଅଧିକ ସୁଦୃଢ଼ କରିବା ପାଇଁ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ଏଭି ନିଷ୍ପତ୍ତି ନେଇଛି। ତେବେ ଚୀନ ଟେଲିକମ ବିକ୍ରେତାଙ୍କୁ ଟାର୍ଗେଟ କରି ଏଭଳି ନିଷ୍ପତ୍ତି ନିଆଯାଇଛି କି ନାହିଁ ସେ ସମ୍ପର୍କରେ କିଛି କୁହାଯାଇନାହିଁ।

ମତାମତ ଦିଅନ୍ତୁ ।