କଳାଯାଦୁ ସନ୍ଧେହ : ଯୁବକଙ୍କୁ ଜୀଅନ୍ତା ଜାଳିଦେଲେ

ହାଇଦ୍ରାବାଦ : କଳାଯାଦୁ କରୁଥିବା ଅଭିଯୋଗରେ ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ଲୋକେ ଚେୟାର ବାନ୍ଧି ଜୀବନ୍ତ ଜାଳି ଦେଇଛନ୍ତି। ଏହି ଘଟଣା ହାଇଦ୍ରାବାଦର ମଞ୍ଜୁନାଥ ମନ୍ଦିର ପରିସରେ ଘଟିଛି।

ପୋଲିସ୍‌ର କହିଛି ତେଲେଙ୍ଗାନାର ଜଗତିଆଲ ଜିଲ୍ଲା ବଲୱନାଥପୁର ଗାଁର ମଞ୍ଜୁନାଥ ମନ୍ଦିରରେ କଳାଯାଦୁ ପାଇଁ ହତ୍ୟାକାଣ୍ତ ଘଟିଛି। ମୃତକଙ୍କ ନାମ ପଗିଲ୍ଲା ପବନ କୁମାର। ସେ ହାଇଦ୍ରାବାଦରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିଲେ। ନିକଟରେ ତାଙ୍କ ବିଧବା ଶଳା ଭାଉଜଙ୍କୁ ଦେଖିବାକୁ ବଲୱନାଥପୁର ଗାଁକୁ ଯାଇଥିଲେ। କିଛିଦିନ ତଳେ ତାଙ୍କ ଶଳାଙ୍କର ହାର୍ଟଆଟାକ୍‌ରେ ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ପରିବାର ଏହି ମୃତ୍ୟୁ ପାଇଁ ପଗିଲ୍ଲା ପବନ କୁମାରଙ୍କୁ ଦାୟୀ କରିଥିଲେ। ଆଉ ଅଭିଯୋଗ କରିଥିଲେ ସେ କଳାଯାଦୁ କରିବାରୁ ଶଳାଙ୍କର ହୃଦଘାତରେ ମୃତ୍ୟୁ ହୋଇଛି।

ସେଥିପାଇଁ ପବନ କୁମାରଙ୍କୁ ସେମାନେ ମନ୍ଦିର ପରିସରର ରୁମ୍‌ରେ ଚେୟାରରେ ବାନ୍ଧି ଦେଇଥିଲେ। ମୁକୁଳିବାକୁ ଚେଷ୍ଟା କରିବାରୁ କିରାସିନ୍‌ ଢାଳି ଲଗାଇ ଦିଆଗଲା ନିଆଁ। ସେ ଚିତ୍କାର କରିବାରୁ ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। କିନ୍ତୁ ଘଟଣାସ୍ଥଳରେ ପୋଲିସ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

  ରାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କିରାଣୀଙ୍କୁ ଧରିଲା ଭିଜିଲାନ୍ସ

ପବନ କୁମାରଙ୍କ ପତ୍ନୀ କ୍ରିଷ୍ଣାବେନି କହିଛନ୍ତି ମୋତେ ମୋ ଭାଉଜ ସୁମଲତା ପାଣି ବୋତଲ ଆଣିବାକୁ ପଠାଇଥିଲେ। ମୁଁ ପାଣି ବୋତଲ ଧରି ଆସିଲା ବେଳକୁ ସେମାନେ ମୋ ସ୍ୱାମୀଙ୍କୁ ଗୋଟିଏ ରୁମ୍‌ରେ ଭର୍ତ୍ତି କରି ନିଆଁ ଲଗାଇ ଦେଇଥିଲେ। ତାଙ୍କୁ ଜୀଅନ୍ତା ଜାଳିବା ବେଳେ ସେ ଜୋରରେ ଚିତ୍କାର କରିବା ଦେଖି ମୁଁ ଅଚେତ ହୋଇଯାଇଥିଲି। ପୋଲିସ୍‌ ଏହି ଘଟଣାରେ କ୍ରିଷ୍ଣାବେନି ସମେତ ସୁମଲତା ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଗିରଫ କରିଛି। ଜେରା ବେଳେ ସୁମଲତା ନିଜ ଅପରାଧ ସ୍ୱୀକାର କରିଥିବା ପୋଲିସ କହିଛି।

ମତାମତ ଦିଅନ୍ତୁ ।