କଲେଜ ଛାତ୍ରୀଙ୍କୁ ଛୁରା ମାଡ଼କରି କିରାଣୀ ଗିରଫ

ନୂଆପଡ଼ା : ବୋଡ଼େନ ଥାନା ଅଞ୍ଚଳରେ ଦୁଇଜଣ କଲେଜ ଛାତ୍ରୀଙ୍କୁ ଛୁରାମାଡ଼। ଏହି ଘଟଣା ଘଟାଇଥିବା ହାଇସ୍କୁଲ କିରାଣୀକୁ ପୋଲିସ ଗିରଫ କରିଥିବା ବେଳେ ଆହତ ହୋଇ ଛାତ୍ରୀ ବୋଡ଼େନ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି।

ଖବର ଅନୁଯାୟୀ ବୁଧବାର ବୋଇରଗାଁ ପଞ୍ଚାୟତ ଚିକଳଚୁଆଁ ଗ୍ରାମର ଚନ୍ଦ୍ରକା ମାଝୀ ଓ ସାଙ୍ଗ ପ୍ରେମଲତା ଜଗତ ବୋଡ଼େନ ବିଜୁ ପଟ୍ଟନାୟକ ଯୁକ୍ତ ତିନି କଲେଜର ଛାତ୍ରୀ। ଦୁହେଁ କପଡ଼ା କିଣିବା ପାଇଁ ବୋଡ଼େନ ଆସୁଥିଲେ। ଏହି ସମୟରେ ବୋଇରଗାଁ ହାଇସ୍କୁଲର କିରାଣୀ ଲଳିତ ନାଏକ ବୋଡ଼େନ ସପ୍ତାହିକ ବଜାର ପାଖରେ ଚନ୍ଦ୍ରକାକୁ ୨ଶହ ଟଙ୍କା ମାଗିଥିଲା। ଚନ୍ଦ୍ରକା ଲଲିତଙ୍କୁ ୨ଶହ ଟଙ୍କା ଦେଇଥିଲା। ପୁଣି ଲଳିତ ତାଙ୍କ ପାଖକୁ ଆସି ଭଲ ପାଉଛି ବୋଲି କହିଥିଲା। ଚନ୍ଦ୍ରକା ବିରୋଧ କରିବାରୁ ଉଭୟଙ୍କ ବଚସା ହୋଇଥିଲା। ଲଲିତ ରାଗିଯାଇ ଏକ ଧାରୁଆ ଛୁରୀରେ ଚନ୍ଦ୍ରକା ଓ ପ୍ରେମଲତାଙ୍କୁ ଆକ୍ରମଣ କରିଥିଲା।

ମତାମତ ଦିଅନ୍ତୁ ।