କଲେଜ ସାମ୍ନାରେ ଛାତ୍ରୀଙ୍କୁ ଗୁଳିମାରି ହତ୍ୟା

ଫରିଦାବାଦ : ହରିଆଣାର ଫରିଦାବାଦ ଜିଲ୍ଲା ବଲ୍ଲଭଗଡ଼ ନିକଟରେ ଜଣେ ୨୧ ବର୍ଷୀୟ ଛାତ୍ରୀଙ୍କୁଗୁଳି କରି ହତ୍ୟା କରାଯାଇଛି। କଲେଜ ସାମ୍ନାରେ ଘଟିଛି ଏହି ଘଟଣା। ଛାତ୍ରୀଙ୍କୁ ଜଣେ ଯୁବକ କାର୍‌ରେ ଜୋରଜବରଦସ୍ତ ନେବାକୁ ଉଦ୍ୟମ କରି ବିଫଳ ହେବା ପରେ ତାଙ୍କୁ ଗୁଳି କରିଥିଲା। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭିରେ ଏସବୁ କଏଦ ହୋଇଛି।

ଖବର ଅନୁଯାୟୀ ଛାତ୍ରୀ ଜଣଙ୍କ ନାଁ ନିକିତା ତୋମାର। ସେ ତୌସୀଫ ଜାଣିଥିଲେ। କାରଣ ୨୦୧୮ରେ ତୌସୀଫ ନିକିତାଙ୍କୁ ଅପହରଣ କରିଥିଲା। ପରବର୍ତ୍ତୀ ସମୟରେ ମାମଲାର ଆପୋଷ ବୁଝାମଣା କରାଯାଇଥିଲା। ସୋମବାର ପରୀକ୍ଷା ଦେଇ ନିକିତା କଲେଜରୁ ବାହାରୁ ଥିବା ବେଳେ ପୂର୍ବରୁ କାର ଧରି ଅପେକ୍ଷା କରିଥିବା ଅଭିଯୁକ୍ତ ତୌସୀଫ ଓ ରେହାନ ତାଙ୍କୁ ନେଇଯିବାକୁ ଚେଷ୍ଟା କରିଥିଲେ। ଏହାର ପ୍ରତିବାଦ କରିବାରୁ ତୌସୀଫ ନିଜ ପାଖରେ ରଖିଥିବା ବନ୍ଧକରୁ ନିକିତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ନିକିତାଙ୍କୁ ତାଙ୍କ ବାନ୍ଧବୀଙ୍କ ସହାୟତାରେ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ବିରୋଧ କରିବା ସହିତ ନିକିତାଙ୍କୁ ନ୍ୟାୟ ଦାବିରେ ଲୋକେ ରାଜରାସ୍ତାକୁ ଓହ୍ଲାଇବା ପରେ ପୋଲିସ ମୁଖ୍ୟ ଅଭିଯୁକ୍ତ ତୌସୀଫ ଓ ରେହାନଙ୍କୁ ଗିରଫ କରିଛି।

ମତାମତ ଦିଅନ୍ତୁ ।