Breaking Newsରାଜ୍ୟ

କାଳିଆ ଯୋଜନା: ଅଧିକାରୀଙ୍କଠାରୁ ଆଦାୟ କର ଟଙ୍କା

ଭୁବନେଶ୍ୱର : କାଳିଆ ଯୋଜନାରେ ସହାୟତା ଫେରସ୍ତ ପ୍ରସଙ୍ଗରେ ବିଜେପି ସହ ସ୍ୱର ମିଳାଇଛି କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଗରିବ ଚାଷୀ ନୁହେଁ, ଭୁଲ୍ ହିତାଧିକାରୀ ଚୟନ କରିଥିବା ଅଧିକାରୀଙ୍କ ଠାରୁ ଟଙ୍କା ଆଦାୟ କରାଯାଉ।

ମଙ୍ଗଳବାର ଗଣମାଧ୍ୟମକୁ ନିରଞ୍ଜନ କହିଛନ୍ତି ସମଗ୍ର ରାଜ୍ୟରେ କରୋନା ମହାମାରୀ ବ୍ୟାପୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଦିନମଜୁରିଆ, ଚାଷୀ, ବେକାର, ଯୁବକ ଓ ପରିବା ବିକାଳୀଙ୍କ ସମେତ ପ୍ରବାସୀ ଓଡ଼ିଆ ଶ୍ରମିକ ଏବେ ବିନା ରୋଜଗାରରେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପରିବାର ସଦସ୍ୟଙ୍କୁ ଦିଓଳି ଦାନା ଯୋଗାଇବା ସମ୍ଭବ ହେଉନି। କାରଣ କରୋନା କଟକଣା ପାଇଁ ଏହି ପରିସ୍ଥିତି ହୋଇଛି ବୋଲି ସେ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button