କାଳିଆ ଟଙ୍କା ଆଦାୟ ସ୍ଥଗିତ ନୁହେଁ, ଛାଡ଼ କରାଯାଉ

ଭୁବନେଶ୍ୱର : କାଳିଆ ଟଙ୍କା ଆଦାୟ ନିଷ୍ପତ୍ତିକୁ ରାଜ୍ୟ ସରକାର ସ୍ଥଗିତ ନୁହେଁ, ଛାଡ଼ କରନ୍ତୁ। ଚୟନ ପ୍ରକ୍ରିୟାରେ ତ୍ରୁଟି କରିଥିବା ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ଆଦାୟ କରାଯାଉ। ଆଜି ଏହି ଦାବି କରିଛନ୍ତି ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ।

ସୋମବାର ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି ରାଜ୍ୟ ସରକାର ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଠାରୁ କାଳିଆ ଟଙ୍କା ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶନାମାକୁ ବିରୋଧ ହେବାରୁ ସରକାର ଆଦାୟ ନିଷ୍ପତ୍ତିକୁ ସ୍ଥଗିତ ରଖିଛନ୍ତି। ଗୋଟିଏପଟେ ମୋଦି ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାର ଷଷ୍ଠ କିସ୍ତିରେ ୮.୫ କୋଟି କୃଷକଙ୍କୁ ୧୭ ହଜାର କୋଟି ଟଙ୍କା ପଠାଇଥିବା ବେଳେ ରାଜ୍ୟ ସରକାର ଚାଷୀଙ୍କ ହିତ କଥା ବିଚାରକୁ ନନେଇ ସେମାନଙ୍କୁ ଶୋଷଣ କରିବାକୁ ଷଡଯନ୍ତ୍ର କରୁଥିବା ସେ ଅଭିଯୋଗ କରିଛନ୍ତି। ଏହାଛଡା କାଳିଆ ଯୋଜନାରେ ଯେଉଁ ଅଧିକାରୀମାନେ ନିଜ କ୍ଷମତାର ଅପବ୍ୟବହାର କରି ଅଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିଛନ୍ତି ସେହି ମାନଙ୍କ ଠାରୁ ଅର୍ଥ ଆଦାୟ କରାଯାଉ ବୋଲି ଶ୍ରୀ ନାୟକ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।