କଳିଙ୍ଗ ଷ୍ଟାଡିୟମ୍‌ରେ ବ୍ୟାଡ୍‌ମିଣ୍ଟନ୍‌ ହାଇ ପରଫରମାନ୍ସ ସେଣ୍ଟର୍‌ର ଭୂମିପୂଜା

ଭୁବନେଶ୍ୱର : ବ୍ୟାଡମିଂଟନର ପ୍ରସାର ଓ ବିଶ୍ୱସ୍ତରରେ କ୍ରୀଡ଼ାର ଏକ ମହାଶକ୍ତି ହେବା ଲକ୍ଷ୍ୟ ନେଇ କଳିଙ୍ଗ ଷ୍ଟାଡିୟମ୍‌ରେ ଏକ ବ୍ୟାଡମିଂଟନ୍‌ ହାଇ ପରଫରମାନ୍ସ ସେଂଟର ସ୍ଥାପନ କରିବା ଲାଗି ଓଡ଼ିଶା ସରକାର, ଭାରତର ଅଗ୍ରଣୀ ସିମେଂଟ୍‌ କଂପାନି ଓ ଡାଲମିଆ ଭାରତ ଗ୍ରୁପ୍‌ର ଅଂଶ ଡାଲମିଆ ସିମେଂଟ୍ (ଭାରତ) ଲିମିଟେଡ୍ ଓ ଭାରତୀୟ ବ୍ୟାଡମିଂଟନର ଜାତୀୟ ମୁଖ୍ ୟକୋଚ୍ ପଦ୍ମଭୂଷଣ ପୁଲେଲା ଗୋପିଚାନ୍ଦ ଏକ୍ରତୀତ ହୋଇ ପରସ୍ପରସହ ହାତ ମିଳାଇଛନ୍ତି। ଦେଶର ଏକ କ୍ରୀଡ଼ା ପେଣ୍ଠସ୍ଥଳ ଭାବେ ରାଜ୍ୟକୁ ବିକଶିତ କରିବା ଲାଗି ବିଗତବର୍ଷ ଗୁଡ଼ିକରେ ଡାଲମିଆ ଗ୍ରୁପ୍‌ ଓଡ଼ିଶା ସରକାର ଉଲ୍ଲେଖନୀୟ ସହାୟତା ଦେଇଛି।

ଆଜି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଏକାଡେମି ସ୍ଥଳରେ ବ୍ୟାଡମିଂଟନ୍‌ ହାଇ ପରଫରମାନ୍ ସସେଂଟର୍‌ ଭୂମିପୁଜା କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି। ୪୫ କୋଟି ଟଙ୍କା ବିନିଯୋଗରେ ସ୍ଥାପନ କରାଯାଉଥିବା ଏହି ସେଂଟର୍‌ରେ ପ୍ରଥମ ଧରଣର ୮ କୋର୍ଟ ସେଂଟର ରହିବ ଯେଉଁଥିରେ ସମସ୍ତ ପ୍ରକାର ସଦ୍ୟତମ କ୍ରୀଡ଼ାସୁବିଧାସୁଯୋଗରହିବ। ୪୦ କ୍ରୀଡ଼ାବିତ ଓ ୮ କୋଚ୍‌ଙ୍କ ପାଇଁ ଲଜିଂ ଓ ବୋର୍ଡିର୍ଂ (ରହଣୀ) ସୁବିଧା ମଧ୍ୟ ରହିବ। ପୁନଶ୍ଚ ପ୍ରାୟ ୫୦୦ ଦର୍ଶକଙ୍କ ବସିବା କ୍ଷମତା ମଧ୍ୟ ଏଥିରେ ରହିବ, ଯଦ୍ୱାରା ଏହି ସେଂଟରରେ ଭବିଷ୍ୟତରେ ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ା କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରିବ।

ମତାମତ ଦିଅନ୍ତୁ ।