କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର ଓ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ଵର : ରାଜ୍ୟ ଚଳଚ୍ଚିତ୍ର ନିଗମ ପରିଚାଳିତ କଳିଙ୍ଗ ଷ୍ଟୁଡିଓର ପୁନରୁଦ୍ଧାର କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ପୁନରୁଦ୍ଧାର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ସହ ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି।

ଗୁରୁବାର ଶିଳାନ୍ୟାସ ଉତ୍ସବରେ ଶକ୍ତି ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମେତ ଓଡ଼ିଶା ଚଳଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି, ସବ୍ୟସାଚୀ ମିଶ୍ର ଓ ଆକାଶ ଦାସ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାର କଳିଙ୍ଗ ଷ୍ଟୁଡିଓକୁ ବିଶ୍ୱସ୍ତରୀୟ ଫିଲ୍ମ ଷ୍ଟୁଡିଓ ଭାବେ ଗଢି ତୋଳିବାକୁ ୨ ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟର ଅଧିକାଂଶ ଫିଲ୍ମ କଳିଙ୍ଗ ଷ୍ଟୁଡିଓରେ ସୁଟିଂ ହେଉଥିଲା। ଆବଶ୍ୟକୀୟ ଭିତ୍ତିଭୂମି ଥିବାରୁ ବାହାର ରାଜ୍ୟକୁ କିମ୍ବା ବିଦେଶ ଯିବାକୁ ପଡୁନଥିଲା। କିନ୍ତୁ ୧୯୯୯ ମହାବାତ୍ୟାରେ କଳିଙ୍ଗ ଷ୍ଟୁଡିଓର ଭିତ୍ତିଭୂମି ଭୁଷୁଡି ପଡିବାରୁ ଫିଲ୍ମ ସୁଟିଂ ପାଇଁ ଆଉ ପୂର୍ବ ପରିବେଶ ନଥିଲା। ଏବେ ପୁଣିଥରେ କଳିଙ୍ଗ ଷ୍ଟୁଡିଓ ଜୀବନ୍ୟାସ ପାଇବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ଏହାକୁ ନୂଆ ଜୀବନ ଦେବାପାଇଁ ପଦକ୍ଷେପ ନେଇଥିବାରୁ ସିନେ କଳାକାର ପ୍ରଂଶସା କରିଛନ୍ତି।

Leave A Reply

Your email address will not be published.