କଳିଯୁଗ ବିଷୟରେ ପାଣ୍ଡବଙ୍କୁ କ’ଣ କହିଥିଲେ ଶ୍ରୀକୃଷ୍ଣ

  • ମହାଭାରତ ଯୁଦ୍ଧ ଜିତିବା ପରେ ପାଣ୍ଡବ କଳିଯୁଗ ବିଷୟରେ ଶୁଣିବା ପାଇଁ ପ୍ରୟାସ କରିଥିଲେ। ସେମାନେ ଜାଣିବାକୁ ଚାହିଁଥିଲେ କଳିଯୁଗର ମନୁଷ୍ୟ କେମିତି ହେବେ ଓ କେମିତି ରହିବ ଆଚରଣ। ପାଣ୍ଡବମାନଙ୍କ ଏହି ପ୍ରଶ୍ନ ଉତ୍ତର ଦେବାକୁ ଶ୍ରୀକୃଷ୍ଣଙ୍କୁ ପଞ୍ଚ ଭ୍ରାତାଙ୍କୁ ଅଲଗା ଅଲଗା ବନକୁ ଯିବା ପାଇଁ କହିଲେ। ସର୍ବ ପ୍ରଥମେ ଯୁଧିଷ୍ଠିର ଯାଇଥିବା ଜଙ୍ଗଲରେ ଦେଖିଲେ ଗୋଟେ ଦୁଇ ଶୁଣ୍ଢ ଥିବା ହାତୀ। ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ। ଜଙ୍ଗଲରୁ ଫେରିବା ପରେ ସେ ଦେଖିଥିବା ହାତୀ ବିଷୟରେ ପଚାରିବାରୁ ଶ୍ରୀକୃଷ୍ଣଙ୍କୁ କହିଲେ କଳିଯୁଗରେ ଏମିତି ଲୋକ ରାଜ କରିବେ ଯେଉଁମାନେ ଯାହା କହିବେ ତାହା ନକରି ଅଲଗା କିଛି କରିବେ। ଏହିଭଳି ଲୋକ ଦୁଇ ତରଫରୁ ପ୍ରଜା ରକ୍ଷଣ କରିବେ। ଶ୍ରୀକୃଷ୍ଣଙ୍କ କଥା ଅନୁଯାୟୀ ଆଜିର ନେତାମାନେ ସେଇ ବର୍ଗର ବୋଲି କୁହାଯାଇ ପାରିବ।
  • ଅର୍ଜୁନଙ୍କୁ ବନକୁ ଯାଇ ଗୋଟିଏ ପକ୍ଷୀ ଦେଖିଲେ। ଯାହାର ଡେଣାରେ ବେଦ ଲେଖା ଯାଇଥିଲା। କିନ୍ତୁ ସେ ମନୁଷ୍ୟ ମାଂସ ଖାଉଥିଲା। ଅର୍ଜୁନ ଏହା ଦେଖି ଫେରିବା ପରେ ଶ୍ରୀକୃଷ୍ଣଙ୍କୁ ଏହାର ମାନେ ପଚାରିଥିଲା। ଶ୍ରୀକୃଷ୍ଣ କହିଥିଲେ ହେ ପାର୍ଥ କଳିଯୁଗରେ ଯେଉଁମାନେ ଜ୍ଞାନୀ ହୋଇଥିବେ କିନ୍ତୁ ସେମାନଙ୍କ ମନ ସବୁବେଳେ ଟଙ୍କା ଓ ଅନ୍ୟର ସମ୍ପତ୍ତି ହାସଲ କରିବା ଉପରେ ରହିବ। ମୋଟାମୋଟି ଭାବେ ଜ୍ଞାନୀ ବ୍ୟକ୍ତିମାନଙ୍କ ମନରେ ସବୁବେଳେ ଏହି ବିଚାର ଚାଲିଥିବ କେମିତି କାହାର ମୃତ୍ୟୁ ହେବ ଓ ତାର ସମ୍ପତ୍ତି ହଡପ କରିବେ। ମଣିଷ ଯେତେ ଧନୀ ହୋଇଥିଲେ ମଧ୍ୟ ଅନ୍ୟର ସମ୍ପତ୍ତି ଦେଖି ଈର୍ଷା ଓ ଦ୍ଵେଷ ଭାବ ରହିବ।
  • ଭୀମ ଜଙ୍ଗଲରେ ଗୋଟେ ଗାଇ ତା’ ଛୁଆକୁ ଚାଟୁଥିବା ଦେଖିଲେ। ଗାଈ ଛୁଆକୁ ଏତେ ଚଟୁଥିଲା ଯେ ତାର କାନ ପାଖରୁ ରକ୍ତ ବାହାରୁଥିଲା। ଭୀମା ଏ ବିଷୟରେ ଜାଣିବାକୁ ଚାହିଁବାରୁ କୃଷ୍ଣ କହିଲେ କଲି ଯୁଗରେ ମା’ମାନେ ତାଙ୍କ ଛୁଆ ପ୍ରତି ଏତେ ଆସକ୍ତ ହୋଇଯିବେ ତାଙ୍କର ସନ୍ତାନର ବିକାଶ ହୋଇପାରିବନି।  ଯଦି କାହାର ସନ୍ତାନ ଆଧ୍ୟାତ୍ମିକ ମାର୍ଗରେ ଯାଇ ସାଧୁ ସନ୍ଥ ହୁଅନ୍ତି ଲୋକେ ତା’ର ଆଶୀର୍ବାଦ ନେବେ। କିନ୍ତୁ ମାତା-ପିତା ସାଧୁ ହୋଇଥିବା ପିଲାକୁ ଦେଖି କାନ୍ଦିବେ। ମା-ବାପା ସବୁବେଳେ ଭବିବେ ମୋ ପିଲାର କଣ ହେବ। ଶୀକୃଷ୍ଣ ଏହା ମଧ୍ୟ କହିଛନ୍ତି କଳି ଯୁଗର ମାତା-ପିତା ତାଙ୍କ ପିଲାଙ୍କୁ ପରିବାରର ମୋହମାୟାରେ ବାନ୍ଧିକି ରଖିବେ।
  • ସହଦେବ ବନରେ ବହୁତ କୂଅ ଦେଖିଲେ। କିନ୍ତୁ ଗୋଟିଏ କୂଅ ଖାଲି ଥିଲା। ଶ୍ରୀକୃଷ୍ଣ ଏହାର ଅର୍ଥ ବତାଇ କହିଲେ ମାତା-ପିତା ତାଙ୍କ ଛୁଆର ବିବାହରେ ବହୁତ ଧନ ଖର୍ଚ୍ଚ କରିବେ। ମାଂସ ମଦିରାରେ ଡୁବି ରହିବେ କିନ୍ତୁ ଗରିବ ଭୋକିଲା ଲୋକଙ୍କୁ ଦେବେନି। ଯେଉଁ ଲୋକ ଏହିଭଳି ଅଭ୍ୟାସରୁ ଦୂରେଇ ରହିବେ ତାଙ୍କ ଉପରେ କଳିଯୁଗର ପ୍ରଭାବ ନପଡିନି। ସେମାନଙ୍କ ଉପରେ ପରମାତ୍ମାର ପ୍ରଭାବ ରହିବ। ଯାହାଫଳରେ ସବୁବେଳେ ଶାନ୍ତି ପୂର୍ଣ ଜୀବନ ବିତାଇବେ।
  • ନକୁଳ ବନକୁ ଯାଇ ଦେଖିଲେ ଗୋଟିଏ ବଡ ପଥର ଗଡି ଗଡି କେତେ ଗଛକୁ ଭାଗିଦେଲା। କିନ୍ତୁ ଗୋଟେ ଛୋଟ ଗଛ ପାଖରେ ଅଟକିଗଲା। ଏହାର ଅର୍ଥ ଶ୍ରୀକୃଷ୍ଣ କହିଲେ କଲି ଯୁଗରେ ମନୁଷ୍ୟର ବୁଦ୍ଧି ନଷ୍ଟ ହୋଇଯିବା ସହିତ ବହୁତ ଶୀଘ୍ର ପତନ ହେବ।

ମତାମତ ଦିଅନ୍ତୁ ।