Breaking Newsବାଣିଜ୍ୟ

କମର୍ସିଆଲ୍ ଗ୍ୟାସ ସିଲିଣ୍ଡର ଦାମ୍‌ ୫୬ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ : ଡିସେମ୍ବର ମାସରେ ତେଲ କମ୍ପାନୀ ଅଣ ସବସିଡିଯୁକ୍ତ ୧୪.୨ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୫୯୪ ଟଙ୍କା ଧାର୍ଯ୍ୟ କରିଛନ୍ତି। ରଖିଛି। ଘରୋଇ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। କିନ୍ତୁ କମର୍ସିଆଲ୍ ସିଲିଣ୍ଡରର ଦାମ୍‌ରେ ୫୬ ଟଙ୍କା ବୃଦ୍ଧି ହୋଇଛି।

ଦିଲ୍ଲୀରେ ୧୯କିଲୋ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୨୪୧ ଟଙ୍କାରୁ ବଢ଼ି ୧୨୯୬ଟଙ୍କା ହୋଇଛି। ଅର୍ଥାତ ୫୫ ଟଙ୍କା ମହଙ୍ଗା ହୋଇଯାଇଛି। ୧୪.୨କିଲୋଗ୍ରାମ୍ ସିଲିଣ୍ଡରର ମୂଲ୍ୟ ରହିଛି ୫୪୪ଟଙ୍କା। କୋଲକାତାରେ ୧୯କିଲୋ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡର ଦାମ ୧୨୯୬ଟଙ୍କାରୁ ୧୩୫୧.୫୦କୁ ବୃଦ୍ଧି ହୋଇଛି। ଘରୋଇ ଗ୍ୟାସର ମୂଲ୍ୟ ରହିଛି ୬୨୦.୫୦ ଟଙ୍କା।

ସେହିପରି ମୁମ୍ବାଇରେ ୧୯କିଲୋ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧,୧୮୯.୫୦ରୁ ବଢ଼ି ୧୨୪୪ ଟଙ୍କା ହୋଇଛି। ୧୪.୨ କିଲୋଗ୍ରାମ୍ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୫୯୪ଟଙ୍କା ରହିଛି। ଚେନ୍ନାଇରେ ୧୯କିଲୋ ଏଲପିଜି ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୩୫୪.୫୦ରୁ ହୋଇଛି ୧୪୧୦.୫୦ଟଙ୍କା ହୋଇଛି। ବଢିଛି ୫୬ଟଙ୍କା। କିନ୍ତୁ ୧୪.୨କିଲୋଗ୍ରାମ୍ ରୋଷେଇ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୬୧୦ଟଙ୍କା ରହିଛି।

ମତାମତ ଦିଅନ୍ତୁ ।

Back to top button