କମେଡି କିଙ୍ଗ କପିଲଙ୍କ ପୁଅର ନାଁ ତ୍ରିଷ୍ଣା

ମୁମ୍ବାଇ : କମେଡି କିଙ୍ଗ କପିଲ ଶର୍ମା ଇନଷ୍ଟାଗ୍ରାମରେ ପୋଷ୍ଟରେ ପୁଅ ନାଁ ଘୋଷଣା କରିଛନ୍ତି। ଏପ୍ରିଲ ୨ ତାରିଖରେ ଜନ୍ମ ଦିନ ପାଳନ ଅବସରରେ ବଲିଉଡ ଗାୟିକା ନୀତି ମୋହନ୍ କପିଲଙ୍କୁ ଶୁଭେଚ୍ଛା ଜଣାଇବା ସହିତ ପୁଅର ନାଁ ପଚାରିଥିଲେ। ଏହାର ଉତ୍ତରରେ କପିଲ ପୁଅର ନାଁ ଖୁଲାସା କରିଥିବା ବେଳେ ନୀତିଙ୍କୁ ଧନ୍ୟବାଦ ଜଣାଇଛନ୍ତି। କପିଲ କହିଛନ୍ତି ପୁଅର ନାଁ ଭଗବାନ କୃଷ୍ଣଙ୍କ ନାଁ ଆଧାରରେ ତ୍ରିଷ୍ଣା ରଖିଛନ୍ତି। କପିଲଏହି ଟୁଇଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସୂଚନାଯୋଗ୍ୟ ଫେବ୍ରୁଆରୀ ୧ ତାରିଖରେ ପୁଅର ବାପା ହୋଇଥିଲେ। ପୂର୍ବରୁ ତାଙ୍କର ଗୋଟିଏ ଝିଅ ଅଛି। କପିଲ ଏବେ ଟିଭି ଦୁନିଆ ଠାରୁ ଦୂରେଇ ଯାଇ ପରିବାର ସହ ସମୟ ବିତାଉଛନ୍ତି। ଖୁବ୍ଶୀଘ୍ର ଓଟିଟି ପ୍ଲାଟଫର୍ମ ଡେବ୍ୟୁ କରିବାକୁ ଯାଉଥିବା ସୂଚନା ମିଳିଛି।