Breaking Newsଅପରାଧ

କମ୍ପ୍ୟୁଟର ଚୋରି ଘଟଣାରେ ୪ ଗିରଫ

ବଲାଙ୍ଗିର : ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଜୁରାବନ୍ଦ ହାଇସ୍କୁଲର ଆଇ.ସି.ଟି ଲ୍ୟାବରୁ ୧୨ଟି କମ୍ପ୍ୟୁଟର ଚୋରି ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ବ୍ୟକ୍ତିମାନେ ହେଲେ ସାଲେପଡା ଗାଁର ପାଳେଶ୍ଵର ସିପକା, ପ୍ରକାଶ ସାଗରିୟା, ନରେନ୍ଦ୍ର ହେର୍ଣ୍ଣା ଓ ରହେନଭଟା ଗାଁର ମୋହନ ଭୋଇ। ସେମାନଙ୍କ ଠାରୁ ୪ଟି କମ୍ପ୍ୟୁ଼ଟର ଓ ଗୋଟିଏ ପ୍ରିଣ୍ଟର ଜବତ ହୋଇଛି।

ଖବର ଅନୁଯାୟୀ ଗତ ୧୨ ତାରିଖ ରାତିରେ ଜୁରାବନ୍ଦ ହାଇସ୍କୁଲର ଆଇ.ସି.ଟି ଲ୍ୟାବରୁ ୧୨ଟି କମ୍ପ୍ୟୁଟର ଚୋରି ହୋଇଥିଲା। ପ୍ରଧାନ ଶିକ୍ଷକ ଆନନ୍ଦ କୁମାର ସେଠୀ ୧୩ ତାରିଖରେ ଏନେଇ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତୁରେକେଲା ଅଞ୍ଚଳର କମେଇମୁଣ୍ଡା ଗାଁର ଡିଙ୍ଗର ଭୋଇ ଫେରାର ଅଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି କଣ୍ଟାବାଞ୍ଜି ଏସଡିପିଓ ସରୋଜ କୁମାର ମହାପାତ୍ର କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button