କାନ୍‍ସାଇ ନେରୋଲାକର ପ୍ରଥମ ଭୂତାଣୁ ନିରୋଧୀ ରଙ୍ଗ ଏକ୍ସେଲ ଭାଇରସ୍‍ ଗାର୍ଡ

ମୁମ୍ବାଇ : ଭାରତର ଅନ୍ୟତମ ଅଗ୍ରଣୀ ରଙ୍ଗ ଉତ୍ପାଦନକାରୀ କମ୍ପାନୀ କାନ୍‍ସାଇ ନେରୋଲୋକ୍ ପେଣ୍ଟ୍‍ସ ଲିମିଟେଡ (କେଏନ୍‌ପିଏଲ) ୯୯.୯% ଜୀବାଣୁ ନିପାତ କରିପାରୁଥିବା ସକ୍ରିୟ ଭୂତାଣୁ ନିରୋଧୀ ଓ ଅଣୁଜୀବ ନିରୋଧୀ ତତ୍ତ୍ୱ ବିଶିଷ୍ଟ ଭାରତର ପ୍ରଥମ ଭୂତାଣୁ ନିରୋଧୀ, ଆଭ୍ୟନ୍ତରୀଣ ସ୍ତରରେ ବ୍ୟବହାର ହେଉଥିବା ଏମଲ୍‍ସନ ରଙ୍ଗ ଏକ୍ସେଲ ଭାଇରସ୍‍ ଗାର୍ଡ ପ୍ରସ୍ତୁତ କରିଛି। ଭବିଷ୍ୟତ ପିଢିଙ୍କ ପାଇଁ ଏକ ସୁସ୍ଥ ଏବଂ ସୁନ୍ଦର ପରିବେଶ ଯୋଗାଇଦେବାକୁ ଦଶନ୍ଧି ଦଶନ୍ଧିର ପ୍ରଯୁକ୍ତିଗତ ଅଭିଜ୍ଞତା ଆଧାରରେ ନେରୋଲାକ ଉତ୍ପାଦସମୂହ ଓ ସମାଧାନଗୁଡିକ ବିକଶିତ କରିବାରେ ନିରନ୍ତର ପ୍ରୟାସ କରୁଛି । ‘କଲର୍ସ ଦ୍ୟାଟ୍‍ କେୟାର’ ଭଳି ନୂତନ ଉପସ୍ଥାପନାକୁ ପ୍ରତିପାଦିତ କରିବାକୁ ଯାଇ ନେରୋଲାକ୍‍ର ସଦ୍ୟତମ ଉଦ୍ଭାବନ ଏକ୍ସେଲ ଭାଇରସ୍‍ ଗାର୍ଡ ଗ୍ରାହକଙ୍କ ପାଇଁ ସେମାନଙ୍କ ବାସଗୃହକୁ ଏକ ନିରାପଦ ଆଶ୍ରୟସ୍ଥଳ କରିବା ସକାଶେ ଏକ ମୂଲ୍ୟବାନ ଉତ୍ପାଦ ହୋଇଛି ।

ଏହାର ବଜାର ପ୍ରବେଶ ଅବସରରେ କାନ୍‍ସାଇ ନେରୋଲାକ୍‍ ପେଣ୍ଟ୍‍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅନୁଜ ଜୈନ କହିଛନ୍ତି ମହାମାରୀ ମୁକାବିଲା କ୍ଷେତ୍ରରେ ଭାରତର ଲଢେଇ ପ୍ରତି ଅବଦାନ ଦେବାକୁ କାନ୍‍ସାଇ ନେରୋଲାକ୍ ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ ସଂସ୍ଥା ଭାବରେ ପ୍ରତିଶ୍ରୁତିବଦ୍ଧ ରହିଆସିଛି । ଏକ ବ୍ରାଣ୍ଡ୍‍ ଭାବରେ ନେରୋଲାକ୍ ଉତ୍ପାଦଗୁଡିକରେ ନୂତନତ୍ୱ ଆଣିବା ଦିଗରେ ନିରନ୍ତର ପ୍ରୟାସ କରିବାରେ ଅଗ୍ରସ୍ଥାନରେ ରହିଛି, ଯାହା ମଣିଷ ଜୀବନକୁ ସକାରାତ୍ମକ ଭାବେ ରୂପାନ୍ତରଣ କରିଛି । ଏ ଦିଗରେ ନେରୋଲାକ୍ ଏକ୍ସେଲ ଭାଇରସ୍‍ ଗାର୍ଡ ଆଉ ଏକ ପ୍ରୟାସ । ଏହି ଉତ୍ପାଦ ବୈଶିଷ୍ଟ୍ୟରେ ଭରପୂର, ଏଥିରେ ଦୁର୍ଗନ୍ଧ ନିରୋଧୀ ଏବଂ ଆର୍ଦ୍ରତା ନିରୋଧୀ ଗୁଣ ସହିତ ଭୂତାଣୁ ନିରୋଧୀ ବିଶେଷତ୍ୱ ରହିଛି । ଆମେ ଆଶା କରୁଛୁ ଯେ ଏହି ରଙ୍ଗ ବ୍ୟବହାର ଆମ ଦେଶରେ ଜୀବନଧାରଣ ସ୍ଥିତିକୁ ଅଧିକ ସ୍ୱାସ୍ଥ୍ୟକର ଓ ନିରାପଦ କରିବା ଦିଗରେ ସହାୟକ ହେବ ।

ନେରୋଲାକ୍‍ ଏକ୍ସେଲ ଭାଇରସ୍‍ ଗାର୍ଡ ଆର୍ଦ୍ରତା ଏବଂ ଦୁର୍ଗନ୍ଧ ହ୍ରାସରେ ସହାୟତା କରିଥାଏ । ଏଥିରେ ଥିବା ସକ୍ରିୟ ଉପାଦାନଗୁଡିକ ଏହାକୁ ଏକ ଅନନ୍ୟ ଫାବ୍ରିକ ଫିନିଶ୍‍ ପ୍ରଦାନ କରିଥାଏ ଯାହା କାନ୍ଥକୁ ସ୍ୱାଭାବିକ ଭାବରେ ରୁଚିପୂର୍ଣ୍ଣ ଦୃଶ୍ୟମାନ କରାଇଥାଏ । ‘ଫାବ୍ରିକ ଫିନିଶ୍‍’ କାନ୍ଥଗୁଡିକରୁ ଆର୍ଦ୍ରତା ଅଂଶ ଶୁଖାଇବା ସାମର୍ଥ୍ୟ ବୃଦ୍ଧି କରିଥାଏ । ଚଳିତ ମାସ ପ୍ରାରମ୍ଭରେ ଦେଶର ଉତ୍ତରାଞ୍ଚଳ ବଜାରଗୁଡିକରେ ଏହି ରଙ୍ଗ ଶୁଭାରମ୍ବ କରାଯାଇଛି ଏବଂ କମ୍ପାନୀ ସମଗ୍ର ଦେଶରେ ଚାହିଦା ପୂରଣ କରିବା ନିମନ୍ତେ ଏହାର ଯୋଗାଣ ବୃଦ୍ଧି କରୁଛି । ଏହି ରଙ୍ଗରେ ୯୯.୯% ଜୀବାଣୁ ହ୍ରାସ କରିବାର ତତ୍ତ୍ୱ ଏହାକୁ କେବଳ ବାସଗୃହ ନୁହେଁ, ତାହାସହିତ ହସ୍ପିଟାଲ, ବ୍ୟବସାୟିକ କଂପ୍ଲେକ୍ସ ଏବଂ ଶିକ୍ଷା ପ୍ରତିଷ୍ଠାନ ଆଦି ନିମନ୍ତେ ଉପଯୋଗୀ କରିପାରିଛି ।

ମତାମତ ଦିଅନ୍ତୁ ।