କନ୍ଧମାଳରେ ମାଣ୍ଡିଆ ସଚେତନତା ରଥର ଶୁଭାରମ୍ଭ

କନ୍ଧମାଳ : ଫିରିଙ୍ଗିଆ କୃଷିବିଭାଗ ତରଫରୁ ମାଣ୍ଡିଆ ଚାଷ ଓ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଛି। ବ୍ଳକର ୨୪ଟି ପଞ୍ଚାୟତରେ ଏହି ରଥ ଗସ୍ତ କରି ମାଣ୍ଡିଆ ଚାଷୀଙ୍କୁ ସଚେତନ କରିବ। ଓଡିଶା ମିଲେଟ ମିଶନ ଓ ସ୍ୱେଚ୍ଛାସେବୀ ସଂଗଠନ ଅଗ୍ରଗାମି ଆନୁକୂଲ୍ୟରେ ମାଣ୍ଡିଆ ଶସ୍ୟକୁ କିଭଳି ମଣ୍ଡିରେ ବିକ୍ରି କରାଯାଇପାରିବ ଚାଷୀଙ୍କୁ ଅବଗତ କରାଯିବ। ସେମାନେ
ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ମୂଲ୍ୟ ଯେଭଳି ପାଇ ପାରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ। ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହା କହିଛନ୍ତି ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ନାଏକ।

ଅନ୍ୟ ମାନଙ୍କ ମଧ୍ୟରେ ଫିରିଙ୍ଗିଆ ବ୍ଲକ କୃଷି ଅଧିକାରୀ ବିଷ୍ଣୁ ଦାସ, ସବ୍ୟସାଚି ଦାସ, ଅଗ୍ରଗାମିର ବ୍ଲକ ସଂଯୋଜକ ସଂଗ୍ରାମ ନାଏକ, ଫିରିଙ୍ଗିଆ ମିଲେଟ ଫାର୍ମର ପ୍ରଡ୍ୟୁସର କମ୍ପାନି ଲିମିଟେଡର ସିଇଓ କିଶାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି କ.ନୂଆଗାଁ ବ୍ଳକ କୃଷି ବିଭାଗ ପକ୍ଷରୁ ଏକ ସଚେତନ ରଥ ଆଜି କୃଷି ବିଭାଗ କାର୍ଯ୍ୟାଳୟ ପରିସରରେ ଉଦ୍‍ଘାଟିତ ହୋଇଯାଇଛି। ଏହି ରଥ ବ୍ଳକର ସମସ୍ତ ୧୪ଟି ପଞ୍ଚାୟତରେ ଗସ୍ତ କରି ସଚେତନ କରିବ। ରଥକୁ ଅତିରିକ୍ତ ଜିଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କ ସମେତ କୃଷି ବିଭାଗର ଅଧିକାରୀ ସଂଗ୍ରାମ କୁମାର ସେନାପତି, ସ୍ୱାଗତିକା ଦାସ, କନ୍ଧମାଳ ଜିଲା ସବୁଜବୈଦ୍ୟ ସଂଗଠନର ସଂପାଦକ ଦୀନବନ୍ଧୁ ମହାରଣାଙ୍କ ସମେତ କୃଷି ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲା ସବୁଜ ବୈଦ୍ୟ ସଂଗଠନର କର୍ମଚାରୀ ଅକ୍ଷୟ କୁମାର ପାତ୍ର, ଆଶିକ୍‍ ରଂଜନ ନାୟକ ଓ ଅନ୍ୟ ସମସ୍ତ କର୍ମଚାରୀମାନେ ପରିଚାଳନା କରିଥିଲେ।

ମତାମତ ଦିଅନ୍ତୁ ।