କଙ୍ଗନା କହିଲେ ବିଏମ୍‌ସି ମହାରାଷ୍ଟ୍ର ସରକାରଙ୍କ ପାଳିତ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପୁଣି ମହାରାଷ୍ଟ୍ର ସରକାର ଓ ଵୃହନମୁମ୍ବାଇ ମହାନଗର ପାଳିକା (ବିଏମସି)କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ବିଏମସି ହେଉଛି ରାଜ୍ୟ ସରକାରଙ୍କ ପାଳିତ।

କଙ୍ଗନା ଇନ୍ସଟାଗ୍ରାମ ପୋଷ୍ଟରେ ମୁମ୍ବାଇ ନଗର ନିୟମ ଅଧିନିୟମ ୧୮୮୮ ଧାରା ୩୫୧ର ନିୟମ ସମ୍ପର୍କରେ ଉଲ୍ଲେଖ କହିଛନ୍ତି। ଏଥିରେ କହିଛନ୍ତି କୋଠାର ସଂରଚନା କ୍ଷତିଗ୍ରସ୍ତ କରିବା ପୂର୍ବରୁ ବ୍ୟକ୍ତି ବିଶେଷଙ୍କୁ ୧୫ ଦିନ ନୋଟିସ ଦେବାପରେ ନିଗମ କୋଠା ଭଙ୍ଗାରୁଜା କରାଯାଇପାରିବ। ସଂରଚନା ଅବୈଧ ହୋଇଥିଲେ ମଧ୍ୟ ଯଦି ନିଗମ ନିୟମ ଉଲଂଘନ କରେ ତାହେଲେ ତାଙ୍କୁ କ୍ଷତିପୂରଣ ଦେବାକୁ ପଡିଥାଏ। ଏହିଭଳି ମାମଲାରେ ଯେଉଁ ଅଧିକାରୀମାନେ ନିୟମ ଉଲଙ୍ଘନ କରିଥାନ୍ତି ତାଙ୍କ ଠାରୁ କ୍ଷତିପୂରଣ ଅସୁଲ କରାଯାଇଥାଏ। ନିଜ ପୋଷ୍ଟର କଙ୍ଗନା ଏହା ଉଲ୍ଲେଖ କରିବା ସହିତ କ୍ୟାପସନରେ ଲେଖିଛନ୍ତି ‘ମହାରାଷ୍ଟ୍ର ସରକାର ଓ ତାଙ୍କ ପାଳିତଙ୍କ ପାଇଁ ଏକ ଖାସ ସନ୍ଦେଶ’।

ଅନ୍ୟପକ୍ଷରେ କଙ୍ଗନା ତାଙ୍କ କାର୍ଯ୍ୟାଳୟ ଭାଙ୍ଗିବା ପାଇଁ ଦୁଇକୋଟି କ୍ଷତିପୂରଣ ଦାବିକରି କୋର୍ଟରେ ଆବେଦନ କରିଛନ୍ତି। ଏହା ଉପରେ ମୁମ୍ବାଇ ମହାନଗର ପାଳିକା ଆଫିଡେଭିଟ୍ ଦାଖଲ କରି ନିରାଧାରା କହିଥିବା ବେଳେ ମିଥ୍ୟା ଉଦ୍ଦେଶ୍ୟରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସଠିକ ତଥ୍ୟକୁ ଚାପି ଦେଇଥିବାରୁ ସେ କୌଣସି ରିଲିଫ ପାଇଁ ଉତ୍ତରଦାୟୀ ନୁହନ୍ତି।

ମତାମତ ଦିଅନ୍ତୁ ।