କଙ୍ଗନା ଓ ଭଉଣୀ ରଙ୍ଗୋଲୀଙ୍କ ନାଁରେ ଏଫ୍‌ଆଇଆର୍‌ କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଅଭିନେତ୍ରୀ କଙ୍ଗନା ରଣାୱତ୍ ଓ ଭଉଣୀ ରଙ୍ଗୋଲୀ ଚନ୍ଦେଲ୍‌ଙ୍କ ନାଁରେ ‘ଏଫ୍‌ଆଇଆର୍‌’ ଦାୟର‌ ହେବ। ଆପତ୍ତିଜନକ ଟୁଇଟ୍‌ ପାଇଁ ବାନ୍ଦ୍ରା ମାଜିଷ୍ଟ୍ରେଟ୍‌ ମେଟ୍ରୋପଲିଟାନ୍‌ କୋର୍ଟ ପୋଲିସକୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି।

ସାମାଜିକ ଗଣମାଧ୍ୟମ ପୋଷ୍ଟ୍‌ ମାଧ୍ୟମରେ ସେମାନେ ସମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ଉଦ୍ୟମ କରୁଛନ୍ତି। ଏହି ଅଭିଯୋଗ ଆଣିଛନ୍ତି ‘କାଷ୍ଟିଙ୍ଗ୍ ଡାଇରେକ୍ଟର୍‌’ ଓ ‘ଫିଟ୍‌ନେସ୍‌ ଟ୍ରେନର୍‌’ ମୁନ୍ନାୱାରାଲି ଓରଫ୍ ସାହିଲ୍‌ ଅସ୍‌ରଫ୍‌ଅଲି ସୟେଦ। ସେ ଦର୍ଶାଇଛନ୍ତି ଦୁଇ ଭଉଣୀ ବଲିଉଡ୍‌ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନାଁରେ ଅରୁଚିକର ମନ୍ତବ୍ୟ ଟୁଇଟ୍‌ କରୁଛନ୍ତି। ଏହାଛଡ଼ା ଦୁହେଁ ଗଣମାଧ୍ୟମ ବିଷୟରେ ଅନେକ କଥା କହୁଛନ୍ତି। ସେ କହିଛନ୍ତି ଏ ନେଇ ବାନ୍ଦ୍ରା ଥାନାରେ ଅଭିଯୋଗ ଦାଏର କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ପୋଲିସ ତାହା ରେଜିଷ୍ଟ୍ରି କଲା ନାହିଁ। ତେଣୁ ଓକିଲଙ୍କ ପରାମର୍ଶକ୍ରମେ ସେ ବାନ୍ଦ୍ରା ଅଦାଲତର ଆଶ୍ରୟ ନେଲେ।

ମତାମତ ଦିଅନ୍ତୁ ।