ପୁରୀରେ ପଙ୍ଗା କୁଇନ୍

ଭୁବନେଶ୍ଵର : ଜଗତର ନାଥ ଜଗନ୍ନାଥଙ୍କୁ ଦର୍ଶନ କଲେ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ୍‌ । କଡ଼ା ସୁରକ୍ଷା ବଳୟରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଏହି ବଲିଉଡ଼୍‌ ଅଭିନେତ୍ରୀ ।

ଶୁକ୍ରବାର ଅଭିନେତ୍ରୀ କଙ୍ଗନା ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପହଞ୍ଚିବା ପରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ପତିତପାବନଙ୍କୁ ଦର୍ଶନ କରିବା ପରେ ସେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ। ମଙ୍ଗଳ ଆଳତି ଦର୍ଶନ କରିବା ସହ ଶ୍ରୀମନ୍ଦିର ବେଢା ପରିକ୍ରମା କରିଛନ୍ତି କଙ୍ଗନା । ଦାରୁବ୍ରହ୍ମଙ୍କୁ ଦର୍ଶନ କରିବା ସହ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ବୁଲି ଦେଖିଛନ୍ତି କଙ୍ଗନା।

Leave a Reply

Your email address will not be published. Required fields are marked *

Back to top button