କଙ୍ଗନାଙ୍କୁ ଦେଶଦ୍ରୋହ ମାମଲାରେ ମୁମ୍ବାଇ ପୋଲିସର ସମନ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ଵତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ବାନ୍ଦ୍ରା ପୋଲିସ ଦେଶଦ୍ରୋହ ମାମଲାରେ ସମନ ଜାରି କରିଛି। ସେମାନଙ୍କୁ ସୋମବାର ଓ ମଙ୍ଗଳବାର ଥାନାରେ ହାଜର ହେବାକୁ ଡକାଯାଇଛି। ଜଣେ ଓକିଲଙ୍କ ପକ୍ଷରୁ ଦାୟର ଅଭିଯୋଗ ଆଧାରରେ ବାନ୍ଦ୍ରା କୋର୍ଟର ମାଜିଷ୍ଟ୍ରେଟ୍‌ଙ୍କ ଆଦେଶ କ୍ରମେ ଏହି ମାମଲା ରୁଜୁ ହୋଇଛି।

ମୁମ୍ବାଇର ବାନ୍ଦ୍ରା ଥାନାରେ ଗତ ୧୭ ତାରିଖରେ ଓ୍ଵାଦି ମୁନ୍ନଭର ଅଲି ଓରଫ ସାହିଲଙ୍କ ଅଭିଯୋଗ କ୍ରମେ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଥିଲା। ଆଇପିସିର ଧାରା ୧୫୩ଏ, ୨୯୫ଏ, ୧୨୪ଏ ଆଧାରରେ କଙ୍ଗନା ରଣାଓ୍ଵତଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଦେଶଦ୍ରୋହର ଏହି ମାମଲାରେ ଅଦାଲତ ତୁରନ୍ତ ଆଗାମୀ କାର୍ଯ୍ୟାନୁଷ୍ଠାନ ଓ ତଦନ୍ତ କରିବାକୁ କୋର୍ଟଙ୍କୁ ଆଦେଶ ଦେଇଛନ୍ତି। ଏହାପରେ ପୋଲିସ କଙ୍ଗନା ରଣାଓ୍ଵତ ଓ ତାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ଜେରା ପାଇଁ ସମନ ଜାରି କରିଛି।

ମତାମତ ଦିଅନ୍ତୁ ।