Breaking Newsମନୋରଞ୍ଜନ

କଙ୍ଗନାଙ୍କ ବିରୋଧରେ ମାନହାନୀ ମାମଲା

ମୁମ୍ୱାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ବିରୋଧରେ ମାନହାନୀ ମାମଲା। ଭଟିଣ୍ଡା କୋର୍ଟରେ ମହିନ୍ଦର କୌରଙ୍କ ଦ୍ଵାରା ଏହି ମାମଲା ରୁଜୁ ହୋଇଛି। ମହିନ୍ଦର କୌରଙ୍କୁ ଅଭିନେତ୍ରୀ କଙ୍ଗନା ‘ସାହିନ୍‌ ବାଗ୍‌‌ ଦାଦି’ ବୋଲି କହି ଭୁଲ୍‌ ଭାବେ ଚିହ୍ନଟ କରିଥିବାରୁ କୌର୍‌ଙ୍କ ଓକିଲ ରଘବୀର ସିଂହ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଏହାର ଶୁଣାଣି ଜାନୁଆରି ୧୧ ତାରିଖରେ ହେବ ବୋଲି ଜଣାପଡିଛି।

ଖବର ହେଲା କଙ୍ଗନା ମହିନ୍ଦର କୌର୍‌ଙ୍କ ସହ ଥିବା ଆଉ ଜଣେ ମହିଳାଙ୍କର ଫଟୋକୁ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ ଟ୍ବିଟର୍‌ରେ ସେୟାର୍‌ କରିଥିଲେ। ଆଉ ଲେଖିଥିଲେ ‘ଇଏ ହେଉଛନ୍ତି ସେହି ମହିଳା ଯିଏ ୨୦୧୯ ମସିହା ସିଏଏ ଆନ୍ଦୋଳନରେ ସାହିନ୍‌ ବାଗ୍‌ରୁ ‌ହେଡ୍‌ଲାଇନ୍‌ ବନିଥିଲେ। ସେଦିନର ‘ସାହିନ୍‌ ବାଗ୍‌ ଦାଦି’ ଆଜି କୃଷି ଆନ୍ଦୋଳନରେ ବି ସାମିଲ୍‌ ହୋଇଛନ୍ତି।’ କିନ୍ତୁ ସିଏଏ ଆନ୍ଦେଳନ ସମୟରେ ଚର୍ଚ୍ଚାରେ ଥିବା ମହିଳା ହେଉଛନ୍ତି ବିଲ୍‌କିସ୍‌ ବାନୋ। କଙ୍ଗନା ତାଙ୍କ ପୋଷ୍ଟ୍‌ରେ ଭୁଲ୍‌ ସୂଚନା ଦେଇଥିବାରୁ ସୋସିଆଲ୍‌ ମିଡିଆରେ ତାଙ୍କୁ ସମାଲୋଚନା କରଯାଇଥିଲା। ପରେ କଙ୍ଗନା ପୋଷ୍ଟ୍‌ଟିକୁ ଡିଲିଟ୍‌ କରି ଦେଇଥିଲେ।

ମତାମତ ଦିଅନ୍ତୁ ।

Back to top button