କଙ୍ଗନାଙ୍କ ଘର ବାହାରେ ଦୁର୍ବୃତ୍ତଙ୍କ ଗୁଳି ଚାଳନା

ମନାଲି : ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ ଘର ବାହାରେ ଗୁଳି ଚାଳନା। କିଛି ଦୁବୁର୍ତ୍ତ ଏପରି କାଣ୍ଡ କରିଥିଲେ ହେଁ ଚଳାଇଛନ୍ତି। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସ ଏହାର ସୁରାକ ପାଇପାରିନି।

ଖବର ଅନୁଯାୟୀ ମାର୍ଚ୍ଚ ୧୭ ତାରିଖରେ ଜନ୍ମଦିନ ପାଳନ କରିବାକୁ କଙ୍ଗନା ମନାଲି ଆସିଥିଲେ। କରୋନା କଟକଣା ପାଇଁ ସେ ମୁମ୍ବାଇ ଫେରିନାହାନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ବିବୃତ୍ତି ଦେଇ ଖବରରେ ରହିଥିବାରୁ କଙ୍ଗନାଙ୍କ ଟିମ ସମ୍ପୂର୍ଣ୍ଣ ସତର୍କ ଅଛନ୍ତି। କଙ୍ଗନାଙ୍କ ଭଉଣୀ ରଙ୍ଗୋଲିଙ୍କ କହିବା ଅନୁଯାୟୀ ଘଟଣା ଦିନ ଦୁଇ ଭଉଣୀ ଏକାଠି ଥିଲେ। ରାତିରେ ଗୁଳିର ଶବ୍ଦ ଶୁଣିବାରୁ କଙ୍ଗନା ପୋଲିସକୁ ଜଣାଇଥିଲେ। ପ୍ରଥମେ ସେ ଭାବିଥିଲେ କେହି ବାଣ ଫୁଟାଇଥିବେ। କିନ୍ତୁ ଯେତେବେଳେ ଦ୍ୱିତୀୟ ଥର ଶବ୍ଦ ଶୁଣିଥିଲେ ସେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ।

ମତାମତ ଦିଅନ୍ତୁ ।