କଙ୍ଗନାଙ୍କ ଗିରଫଦାରୀ ଉପରେ ରୋକ୍‌

ମୁମ୍ବାଇ : ଦେଶଦ୍ରୋହ ମାମଲା ଅଭିଯୋଗରେ ବମ୍ବେ ହାଇକୋର୍ଟ ଆଜି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଆସନ୍ତା ୨୫ ଜାନୁଆରୀ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇ ପାରିବ ନାହିଁ। ଏହା ଉପରେ କୋର୍ଟ ରୋକ୍‌ ଲଗାଇଛନ୍ତି।

ଖବର ଅନୁଯାୟୀ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କ ବିରୋଧରେ ମୁମ୍ବାଇ ବାନ୍ଦ୍ରା ପୋଲିସ ଷ୍ଟେସନରେ ଦେଶଦ୍ରୋହ ମାମଲା ଦାୟର ହୋଇଥିଲା। ବାନ୍ଦ୍ରା କୋର୍ଟ କାଷ୍ଟିଂ ଡାଇରେକ୍ଟର ସାହିଲ ଅଶରଫଙ୍କ ଅଭିଯୋଗ ପରେ ଦୁଇ ଭଉଣୀଙ୍କ ବିରୋଧରେ ଏଫଆଇଆର୍‌ ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗରେ ଦର୍ଶା ଯାଇଥିଲା କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲି ଟୁଇଟ୍‌ ଜରିଆରେ ଶାନ୍ତିପୂର୍ଣ୍ଣ ପରିବେଶକୁ ଭଙ୍ଗ କରିବା ସହିତ ମହାରାଷ୍ଟ୍ର ସରକାରଙ୍କ ନାଁକୁ ବଦ୍‌ନାମ କରିବାକୁ ଚେଷ୍ଟା କରିଥିଲେ। ବଲିଉଡକୁ ବଦନାମ କରିବାକୁ ଏଥିସହ କଙ୍ଗନା ଲଗାତର ଚେଷ୍ଟା କରୁଥିବା କୋର୍ଟରେ ଏତଲାରେ କୁହାଯାଇଥିଲା।

ମତାମତ ଦିଅନ୍ତୁ ।