କଂଗ୍ରେସ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ଵର : କଂଗ୍ରେସ ପକ୍ଷରୁ ଆଜି ୩୩ ଜଣ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ତାଲିକାରେ ଗଞ୍ଜାମରୁ ରମେଶ ଜେନାଙ୍କ ନାମ ଥିବା ବେଳେ ଖୋର୍ଦ୍ଧାର ଜିଲ୍ଲା ସଭାପତି ହୋଇଛନ୍ତି ସୁରେଶ କୁମାର ରାଉତରାୟ।

ରବିବାର ସର୍ବ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଘୋଷଣା କରାଯାଇଥିବା ଜିଲ୍ଲା ସଭାପତି ତାଲିକାରେ ରାଉରକେଲାରୁ ଜର୍ଜ ତିର୍କୀ ଓ ଢେଙ୍କାନାଳରୁ ସରୋଜ ପଟ୍ଟନାୟକଙ୍କ ନାମ ସ୍ଥାନ ପାଇଛି। ସେହିପରି ଭୁବନେଶ୍ୱରରୁ ବିଶ୍ୱଜିତ ଦାସ, ଗଜପତିରୁ ଦାସରଥି ଗମାଙ୍ଗ, ଜଗତସିଂହପୁରରୁ ନଟବର ବାରିକ, ଯାଜପୁରରୁ ମନୋଜ କୁମାର ରାଉତ, ଝାରସୁଗୁଡାରୁ ଭରତ ଆଭାସ୍ତି, ଅନୁଗୁଳରୁ ବିପ୍ଲବ ଜେନା, ବଲାଙ୍ଗୀରିରୁ ଦିଲ୍ଲୀପ କୁମାର ବେହେରା, ବାଲେଶ୍ଵର ସଞ୍ଜୀବ ଗିରି, ଭଦ୍ରକରୁ ସୁବ୍ରତ ଦାସ, ବୌଦ୍ଧରୁ ନବକିଶୋର ମିଶ୍ର, କଟକରୁ ମାନସ ଚୌଧୁରୀ, କଟକ ସହରରୁ ଗିରିବାଳା ବେହେରା, ଦେବଗଡ ଜିଲାରୁ ଉମା ଶଙ୍କର ସାହୁ, କନ୍ଧମାଳରୁ ଅନାମ ନାୟକ, କେନ୍ଦୁଝରରୁ ବିପ୍ଲବ ମିଶ୍ର, କେନ୍ଦ୍ରାପଡାରୁ ଅଂଶୁମାନ ମହାନ୍ତି, କୋରାପୁଟରୁ ମିନାକ୍ଷୀ ବାହିନୀପତି, ମୟୁରଭଞ୍ଜରୁ ହେମନ୍ତ ଦାସ, ମାଲକାନଗିରିରୁ ଗୋବିନ୍ଦ ପାତ୍ର, ନୟାଗଡରୁ ରଞ୍ଜିତ ଦାସ, ନୂଆପଡ଼ାରୁ ଘାସିରାମ ମାଝି, ପୁରୀରୁ ଅଜିତ ମଙ୍ଗରାଜ, ରାୟଗଡାରୁ ଦୁର୍ଗା ପ୍ରସାଦ ପଣ୍ଡା, ସମ୍ବଲପୁରରୁ ଅଶ୍ଵନୀ ଗୁରୁ। ସୁବର୍ଣ୍ଣପୁରରୁ ଗୌରୀଶ୍ୟାମ ପାଣ୍ଡା, ସୁନ୍ଦରଗଡରୁ ବେଣୁ ମାଧବ ତ୍ରିପାଠୀ ଓ କଳାହାଣ୍ଡିରୁ ଭରତ ଭୂଷଣ ବେମାଲଙ୍କୁ ମିଳିଛି ସାଂଗଠନିକ ଦାୟିତ୍ୱ।

ମତାମତ ଦିଅନ୍ତୁ ।