କଂଗ୍ରେସ ବିଧାୟକଙ୍କ ପୁଅ ନାଁରେ ଦୁଷ୍କର୍ମ ମାମଲା

ଉଜ୍ଜୟନ୍‌ : ମଧ୍ୟପ୍ରଦେଶ ଉଜ୍ଜୟନ ବିଧାନସଭା ମଣ୍ଡଳୀର କଂଗ୍ରେସ ବିଧାୟକ ମୁରଲୀ ମୋରୱାଲଙ୍କ ପୁଅ କରଣ ମୋରୱାଲଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଇନ୍ଦୋରର ଏକ ମହିଳା ଥାନାରେ ଜଣେ ଯୁବତୀ ଏତଲା ଦେବାରୁ ପୋଲିସ ଏହି ପଦକ୍ଷେପ ନେଇଥିବା ଜଣାପଡିଛି।

ଖବର ଅନୁଯାୟୀ ଯୁବତୀ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ ବିଧାୟକଙ୍କ ପୁଅ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିଥିଲେ। ପୂର୍ବରୁ ପୀଡ଼ିତା ପୋଲିସ୍‌ ଡିଆଇଜିଙ୍କ ପାଖରେ ଅଭିଯୋଗ କରିଥିଲେ। ଏହାକୁ ନେଇ ମହିଳା ଥାନା ଅଧିକାରୀ ଦୁଷ୍କର୍ମ ମାମଲା ରୁଜୁ କରିଛନ୍ତି।

ପୋଲିସ୍‌କୁ ପୀଡ଼ିତା ଦେଇଥିବା ବୟାନରେ କହିଛନ୍ତି କିଛିଦିନ ତଳେ କରଣ ତାଙ୍କୁ ଭବରକୁଆଁ ଅଞ୍ଚଳର ଏକ ହୋଟେଲ୍‌କୁ ନେଇ ସେଠାରେ ବାରମ୍ବାର ଦୁଷ୍କର୍ମ କରିଥିଲେ। ଏହି ବିଷୟରେ ପୋଲିସ୍‌ରେ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଅଭିଯୋଗ କରିଥିବା ମହିଳା କଂଗ୍ରେସର ଜଣେ କର୍ମକର୍ତ୍ତା ଓ ପଦାଧିକରୀ। ଦଳର ଏକ କାର୍ଯ୍ୟକ୍ରମରେ ସେ କରଣଙ୍କ ସଂପର୍କରେ ଆସିଥିବା କହିଛନ୍ତି। ପୋଲିସ୍‌ ଏନେଇ ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Back to top button