କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ଦାଖଲ କଲେ ପ୍ରାର୍ଥିପତ୍ର

ପୁରୀ : ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଆଜି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ନାମାଙ୍କନପତ୍ର ଦାଖଲ କରିଛନ୍ତି।

ସୋମବାର ଶ୍ରୀ ମହାପାତ୍ର କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅତିରିକ୍ତ ଜିଲ୍ଲପାଳଙ୍କ ଅଫିସକୁ ଯାଇ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ସମୟରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ବିଧାୟକ ସୁରେଶ ରାଉତରାୟ ଓ ଜିଲ୍ଲା କଂଗ୍ରେସ କମିଟି ନେତୃମଣ୍ଡଳୀ ଉପସ୍ଥିତଥିଲେ। ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଶ୍ରୀ ମହାପାତ୍ର କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଆସନ୍ତା ମେ’ ୧୬ ତାରିଖରେ ଭୋଟ୍‌ ଓ ୧୯ରେ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *

Back to top button