କଂଗ୍ରେସ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି କଂଗ୍ରେସ। ତାଲିକାରେ ରାଜ୍ୟ ପ୍ରଭାରୀ ଏ. ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଜଟଣୀ ବିଧାୟକ ସୁର ରାଉତରାୟ ଅଛନ୍ତି।

ଏହି ତାଲିକାରେ ଜିତେନ୍ଦ୍ର ସିଂ, ଭକ୍ତ ଦାସ, ନରସିଂହ ମିଶ୍ର, ଚିରଞ୍ଜୀବ ବିଶ୍ୱାଳ, ପ୍ରଦୀପ ମାଝୀ, ଶରତ ରାଉତ, ରାମଚନ୍ଦ୍ର ଖୁଣ୍ଟିଆ, ଶରତ ପଟ୍ଟନାୟକ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନାଁ ରହିଛି। କଂଗ୍ରେସର ଷ୍ଟାର୍‌ ପ୍ରଚାର ତାଲିକାରେ ପ୍ରସାଦ ହରିଚନ୍ଦନ, ତାରା ବାହିନୀପତି, ରଞ୍ଜୀବ ବିଶ୍ୱାଳ, ମହମ୍ମଦ ମୋକିମ୍, ଗଣେଶ୍ୱର ବେହେରା ଓ ସନ୍ତୋଷ ସିଂ ସାଲୁଜାଙ୍କ ନାମ ରହିଛି।

ମତାମତ ଦିଅନ୍ତୁ ।