କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ସାଂସଦ ଅନୁ ଟଣ୍ଡନ

ନୂଆଦିଲ୍ଲୀ : ପୂର୍ବତନ କଂଗ୍ରେସ ସାଂସଦ ଅନୁ ଟଣ୍ଡନ ଦଳରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖି ଇସ୍ତଫା ସମ୍ପର୍କରେ ଜଣାଇଥିବା ଅନୁ ଟ୍ଵିଟ୍ କରି ସୂଚନା ଦେଇଛନ୍ତି।

ଅନୁ ଟଣ୍ଡନ କହିଛନ୍ତି ରାଜ୍ୟ ନେତୃତ୍ଵରେ କୌଣସି ତାଳମେଳ ରହୁନି। ଯାହାଫଳରେ କିଛି ମାସ ହେବ ତାଙ୍କୁ କାମରେ ସାହାଯ୍ୟ ମିଳିଲା ନାହିଁ। ୨୦୧୯ ନିର୍ବାଚନ ହାରିବା ଯେତିକି କଷ୍ଟଦାୟକ ନ ଥିଲା ଏବେ ଦଳର କାର୍ଯ୍ୟକଳାପ ତାଙ୍କୁ ଖୁବ୍ ଦୁଃଖିତ କରିଛି। ରାଜ୍ୟର ନେତୃତ୍ଵ ସୋସିଆଲ ମିଡ଼ିଆ ମ୍ୟାନେଜମେଣ୍ଟ ଓ ବ୍ୟକ୍ତିଗତ ବ୍ରାଣ୍ଡିଂରେ ଏତେ ଲୀନ ରହିଛି ଯେ ଦଳ ଓ ମତଦାତା ଅଲଗା ହେବାର ଚିନ୍ତା ମଧ୍ୟ ନାହିଁ।

ଏସବୁ ସତ୍ତ୍ୱେ ଦଳରେ ରହିଲେ ହୁଏତ ରାଜ୍ୟକୁ ଭଲ ନେତୃତ୍ଵ ମିଳିବ ବୋଲି ଆଶା ରଖିଥିଲେ। ଏ ବାବଦରେ ସୋନିଆ ଗାନ୍ଧିଙ୍କ ସହ ଆଲୋଚନା କଲେ। ମାତ୍ର କୌଣସି ବିକଳ୍ପ ନ ବାହାରିବାରୁ ଦଳରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ସୂଚନାଯୋଗ୍ୟ ସେ ୧୫ ବର୍ଷ କଂଗ୍ରେସ ସହିତ ଜଡ଼ିତ ଥିଲେ।

ମତାମତ ଦିଅନ୍ତୁ ।