କଂଗ୍ରେସ ଛାଡି ବିଜେଡିରେ ମିଶିଲେ ସୁରେଖା ସାହୁ

ଭୁବନେଶ୍ଵର : ରାଜ୍ୟ କଂଗ୍ରେସର ସଂପାଦିକା ସୁରେଖା ସାହୁ ଦଳଛାଡି ତାଙ୍କ ସମର୍ଥକମାନଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି। ସମ୍ବଲପୁର ଜିଲ୍ଲା କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଯୋଗୁ ତାଙ୍କୁ ଅବହେଳା କରାଯାଉଥିବାରୁ ସେ ଦଳ ଛାଡିଥିବା ସମ୍ବଲପୁରରେ ଚର୍ଚ୍ଚା ହେଉଛି। କିନ୍ତୁ ସୁରେଖା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଭାବମୁର୍ତ୍ତି ପାଇଁ ସେ ବିଜେଡିରେ ରହି ଲୋକଙ୍କ ସେବା କରିବେ। ସେଥିପାଇଁ ସେ ବିଜେଡିରେ ଯୋଗଦେଇଛନ୍ତି। ସମ୍ବଲପୁରର ପୁର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କ କାର୍ଯ୍ୟାଳୟଠାରେ ସମ୍ବଲପୁର ଜିଲ୍ଲା ବିଜେଡ଼ି ମହିଳା ପର୍ଯ୍ୟବେକ୍ଷକ ମିନତୀଙ୍କ ଉପସ୍ଥିତିରେ ଏହି ଯୋଗଦାନ ପର୍ବ ଅନୁଷ୍ଠିତ ହୋଇଥିଲା।

ମତାମତ ଦିଅନ୍ତୁ ।