Breaking Newsଅପରାଧ

କଣ୍ଟାବାଞ୍ଜିରେ ଅପମିଶ୍ରିତ ମିକ୍ସଚର : ୫ ଅଟକ

ବଲାଙ୍ଗୀର : ମିକ୍ସଚରରେ ମିଶୁଛି କ୍ଷତିକାରର ରଙ୍ଗ। ଏହି ଅପମିଶ୍ରଣ ପାଇଁ କଣ୍ଟାବାଞ୍ଜି ସହରରେ ପୋଲିସ ଚଢ଼ଉ କରି କାରଖାନା ମାଲିକଙ୍କ ସମେତ ୫ ଜଣଙ୍କୁ ଅଟକ ରଖିଛି।

ଖବର ଅନୁଯାୟୀ କଣ୍ଟାବାଞ୍ଜିରେ ୨ଟି ତେଲ ରିପ୍ୟାକିଂ କାରଖାନା ସହିତ ୩ଟି ମିକ୍ସଚର କାରଖାନା ଓ ଗୋଟିଏ ମସଲା କାରଖାନା ଉପରେ କଣ୍ଟାବାଞ୍ଜି ପୋଳିସ ଚଢ଼ଉ କରିଛି। ଆଉ ଜଣାପଡିଛି ମିକ୍ସଚର ପ୍ରସ୍ତୁତିରେ ଫୁଡ଼ କଲର ମିଶୁଛି। ଯାହା ଶରୀର ପାଇଁ କ୍ଷତିକାରକ। ଏପରି କରୁଥିବାରୁ କାରଖାନାର ମାଲିକ ବିକାଶ ଜୈନ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ବଲାଙ୍ଗୀର ଏସପି ନିତିନ କୁଶଲକର ଡୁଗାଡୁଙ୍କ ନିର୍ଦ୍ଦେଶ ଅନୁସାରେ ଗତକାଲି ଏକ ମିକ୍ସଚର ଫ୍ୟାକ୍ଟ୍ରି ଉପରେ ଚଢ଼ଉ ହୋଇଥିଲା। ଯାଞ୍ଚ ସମୟରେ ଫୁଡ଼ କଲର ମିଶୁଥିବା ଜଣାପଡ଼ିବାରୁ ସେଠାରେ ଏସପି ପହଞ୍ଚି ଅନ୍ୟ ଫ୍ୟାକ୍ଟ୍ରିଯାଞ୍ଚ କରିଥିଲେ। କିନ୍ତୁ କାହାରି ଫୁଡ଼ ଲାଇସନ୍ସ ଓ ଅନ୍ୟାନ୍ୟ କାଗଜ ପତ୍ର ନଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।

Back to top button