Breaking Newsରାଜ୍ୟ

କପା ବୋଝେଇ ଟ୍ରାକ୍ଟର ଓଲଟି ୨ମୃତ

ରାୟଗଡ଼ା : ସଇକରପାଇରୁ ବେଳକଣାକୁ ଯାଉଥିବା ଏକ କପା ବୋଝେଇ ଟ୍ରାକ୍ଟର ଗତକାଲି ବିଳମ୍ବିତ ରାତିରେ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ଟ୍ରାକ୍ଟର ଚାଳକ ଶିଶିର ମିନିଆକା ଓ ମହିଳା ଶ୍ରମିକ ସୁବର୍ଣ୍ଣା ମଲାରିଆଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ କପା ନେଇ ଯାଉଥିବା ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଧାମଳିଆ ନିକଟସ୍ଥ କ୍ରିକାଲ ପାଡୁ ରାସ୍ତାରେ ଓଲଟିପଡ଼ିଥିଲା। ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଥିଲା। ଆହତ ୩ଜଣ ମହିଳା ଶ୍ରମିକଙ୍କୁ ଜିଲ୍ଲା ମେଡିକାଲକୁ ପଠାଯାଇଥିଲା। ସେଠାରେ ସୁବର୍ଣ୍ଣା ମଲାରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ଚିକିତ୍ସା ଚାଲିଛି।

ମତାମତ ଦିଅନ୍ତୁ ।

Back to top button