Breaking Newsଦେଶ-ବିଦେଶ

କପଡ଼ା ଗୋଦାମରେ ଅଗ୍ନିକାଣ୍ଡ : ୯ ମୃତ

ଅହମଦାବାଦ: ଅହମଦାବାଦର ଗଣେଶନଗର ଅଞ୍ଚଳରେ ଏକ କପଡ଼ା ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୯ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ତିନିଜଣ ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗଣେଶନଗରରେ ଥିବା ଟରେଣ୍ଟ୍‌ ପାୱାର୍‌ ଷ୍ଟେସନ୍‌ ନିକଟ କାରଖାନାର ଗୋଦାମରେ ନିଆଁ ଲାଗିଯାଇଥିଲା। ସେହି ସମୟରେ ଅନ୍ୟୂନ ୧୦ଜଣ କାମ କରୁଥିଲେ। ନିଆଁ ଏତେ ଭୟଙ୍କର ଥିଲା ଯେ ସେମାନେ ଗୋଦାମରୁ ବାହାରି ଆସି ପାରିଲେ ନାହିଁ। ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଫୋନ୍ ପାଇ ତୁରନ୍ତ ଅହମଦାବାଦ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ପ୍ରାୟ ୨୪ଟି ଦମକଳ ଓ ୫୦ଜଣ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ଅଭିଯାନ ଜାରି ରଖିଛନ୍ତି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅହମଦାବାଦ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ଅଧିକାରୀମାନେ କହିଛନ୍ତି।

ମତାମତ ଦିଅନ୍ତୁ ।

Back to top button