କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ସଂଯୋଗୀକରଣ ହେବ

ଢେଙ୍କାନାଳ : ରାଜ୍ୟ ସରକାରଙ୍କ ଇକୋ ଟୁରିଜିମ ପ୍ରକଳ୍ପ ପର୍ଯ୍ୟଟକମାନଙ୍କ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବ। ଏହି ପ୍ରକଳ୍ପରେ ଢେଙ୍କାନାଳ ଜିଲ୍ଲାର କପିଳାଶ, ସପ୍ତଶଯ୍ୟା ଓ ଜୋରନ୍ଦା ମହିମା ଗାଦି ସମେତ ଦଣ୍ଡାଧାର ଓ ଦଦରାଘାଟି ଆଦି ୬ଟି ପର୍ଯ୍ୟଟନସ୍ଥଳର ସଂଯୋଗୀକରଣ କରାଯିବ।

ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ତଥା ଶୈବପୀଠ କପିଳାଶ। ବିଶ୍ଵ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟପୀଠ ମହିମା ଗାଦି ଜୋରନ୍ଦାରେ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ହେଉଛି ସପ୍ତଶଯ୍ୟା। ଏସବୁର ସଂଯୋଗୀକରଣ ଢେଙ୍କାନାଳ ଜିଲ୍ଲାକୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବ। ସେମାନେ କମ ସମୟରେ ଏ ସମସ୍ତ ପର୍ଯ୍ୟଟନସ୍ଥଳୀ ବୁଲିପାରିବେ।

Leave a Reply

Your email address will not be published. Required fields are marked *

Back to top button