କାର ଚାଳକ ପିନ୍ଧିବେ ମାସ୍କ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ଏଣିକି କାର ଚାଳକ ମାସ୍କ ପିନ୍ଧିବେ। ଗାଡିକୁ ସର୍ବସାଧାରଣ ସ୍ଥାନ ଭାବେ ମାନିବାକୁ ପଡିବ ବୋଲି ହାଇକୋର୍ଟ କହିଛନ୍ତି।
ଖବର ଅନୁଯାୟୀ ଓକିଲ ସୌରଭ ଶର୍ମା ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ଦାଖଲ କରିଥିଲେ। ସେ ଅଭିଯୋଗ ଦର୍ଶାଇଥିଲେ ୨୦୨୦ ସେପ୍ଟେମ୍ବର ୯ ତାରିଖରେ ସେ ଏକୁଟିଆ ଗାଡି ଚଳାଇ ଯାଉଥିଲେ। କିନ୍ତୁ ମାସ୍କ ପିନ୍ଧି ନଥିବାରୁ ପୋଲିସ ୫୦୦ ଟଙ୍କାର ଏକ ଚାଲାଣ କାଟିଥିଲା। ଏହି ମାମଲାର ଶୁଣାଣି କରିଥିଲେ ଦିଲ୍ଲୀ ହାଇକୋର୍ଟର ବିଚାରପତି ପ୍ରତିଭା ଏମ୍ ସିଂଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ। ଆଉ ମୌଖିକ ଭାବେ କହିଥିଲେ ଯଦି ଆପଣ ଏକୁଟିଆ ଗାଡି ଚଳାଉଛନ୍ତି ତେବେ ମାସ୍କ ପିନ୍ଧିବାରେ ଅସୁବିଧା କେଉଁଠି।
କୋର୍ଟ କହିଛନ୍ତି ଏହା ଆପଣଙ୍କ ନିଜର ସୁରକ୍ଷାର ମାମଲା। ତେଣୁ ଏତିକି ସଚେତନ ରହିବାରେ କିଛି ଅସୁବିଧା ନାହିଁ। କୋର୍ଟ ଏହାର ଯର୍ଥାତତା ଦେଖାଇ କହିଛନ୍ତି ଆପଣ ଯେତେବେଳେ ଟ୍ରାଫିକରେ ଗାଡି ରଖୁଛନ୍ତି ସେତେବେଳେ ଆପଣ ଗାଡିର ଡୋର ଖୋଲି ଭିଡ ଉପରେ ନଜର ରଖୁଛନ୍ତି। କରୋନାର ଦ୍ୱିତୀୟ ଲହର ଏଭଳି ଅବସ୍ଥାରେ ପହଂଚିଛି ସେତିକି ସମୟ ଭିତରେ କରୋନା ଭୂତାଣୁ ଆପଣଙ୍କୁ ସଂକ୍ରମିତ କରିପାରେ। ତେଣୁ ଗାଡିରେ ଏକାଥାଇ ଗାଡି ଚାଳନା କରୁଥିଲେ ମଧ୍ୟ ଆପଣଙ୍କୁ ମାସ୍କ ପିନ୍ଧିବାକୁ ପଡିବ ବୋଲି କୋର୍ଟ କହଛନ୍ତି।