କାର୍‌ଦେଖୋ ଗାଡ଼ିର ଓଡ଼ିଶା ପ୍ରବେଶ

ଭୁବନେଶ୍ୱର : ପ୍ରି-ଓନଡ୍ କାର୍ କ୍ଷେତ୍ରରେ ଭାରତର ଅଗ୍ରଣୀ ଖୁଚୁରା ନିଲାମ ମଡେଲ୍ ସଂସ୍ଥା କାର୍‌ଦେଖୋ ଗାଡ଼ି ପକ୍ଷରୁ ଭୁବନେଶ୍ୱରରେ ବ୍ୟବସାୟ ଶୁଭାରମ୍ଭ କରାଯାଇଛି। ୨୦୨୨ ମଧ୍ୟରେ ସାରା ଦେଶରେ ଗାଡ଼ିର ବ୍ୟବସାୟ ଆରମ୍ଭ କରିବା ଲାଗି କଂପାନି ରଖିଥିବା ସମ୍ପ୍ରସାରଣ ଯୋଜନାର ଏକ ଅଂଶ ହେଉଛି ପୂର୍ବାଚଂଳରେ ପ୍ରବେଶ। କାର୍‌ଦେଖା ଗାଡ଼ି ଏବେ ୧୪ଟି ରାଜ୍ୟର ୭୫ଟି ସହରରେ ପରିଚାଳିତ ହେଉଛି। ଗତ ସପ୍ତାହରେ କଂପାନି କୋଲକାତାରେ ଏହାର ପ୍ରଥମ ଷ୍ଟୋର୍ ଖୋଲି ପଶ୍ଚିମବଙ୍ଗରେ ପ୍ରବେଶ କରିଛି। କାର୍‌ଦେଖୋ ଗାଡ଼ିର ବଡ଼ ଧରଣର ସମ୍ପ୍ରସାରଣ ଯୋଜନା ରହିଛି। ଆସନ୍ତା ୬ ମାସରେ ସମଗ୍ର ପୂର୍ବାଚଂଳରେ ପହଂଚିବାକୁ ଲକ୍ଷ୍ୟ ରଖିଛି।

ଭୁବନେଶ୍ୱର ବାସିନ୍ଦାମାନେ ଏବେ ନିଜ ଘରେ ସୁରକ୍ଷିତ ରହି ସେମାନଙ୍କ ବ୍ୟବହୃତ କାର୍‌କୁ ସୁବିଧାରେ ବିକିବାର ବିକଳ୍ପ ପାଇପାରିବେ। ଶ୍ରେଷ୍ଠ ମୂଲ୍ୟ ପାଇବା ଓ କାର୍ ବିକିବା ଲାଗି କେବଳ କାର୍‌ଦେଖୋ ଗାଡ଼ିର ପ୍ରତିନିଧିଙ୍କୁ କଲ୍ ମାଧ୍ୟମରେ କାର୍ ବିଷୟରେ କିଛି ପ୍ରଶ୍ନର ଉତର ଦେବାକୁ ହେବ। କାର୍‌ଦେଖୋ ଗାଡ଼ି ପକ୍ଷରୁ ଭୁବନେଶ୍ୱରରେ ବିଭିନ୍ନ ଉନ୍ମୋଚନ ଅଫର ପ୍ରଦାନ କରାଯାଉଛି। ଗ୍ରାହକମାନଙ୍କ ସୁରକ୍ଷା ଓ ସୁବିଧାକୁ ପ୍ରାଥମିକତା ଦେଇ କାର୍‌ଦେଖୋ ଗାଡ଼ି ପକ୍ଷରୁ କାର୍ ମାଲିକମାନଙ୍କୁ ସେମାନଙ୍କ ଘରେ ଆରାମରେ ରହି କାର୍ ବିକ୍ରି କରିବାର ସୁବିଧା ଦିଆଯାଉଛି। ଘରେ ଆସି ଅନୁଧ୍ୟାନ କରିବାର ସେବାକୁ କାର୍ ମାଲିକମାନେ ପସନ୍ଦ କରୁଛନ୍ତି ଓ ତାହା ସେମାନଙ୍କ ଦ୍ୱାରା ଗ୍ରହଣୀୟ ହୋଇଛି। ପ୍ରତ୍ୟକ୍ଷ ଭାବେ ଷ୍ଟୋର୍ ପରିଦର୍ଶନ କରିବା ବଦଳରେ ଗାଡ଼ି ବିକିବାକୁ ଚାହୁଁଥିବା ୯୨% ଗାଡ଼ି ମାଲିକ ଘରେ ଗାଡ଼ି ନିରୀକ୍ଷଣ ବିକଳ୍ପକୁ ଚୟନ କରୁଛନ୍ତି।

ଲକଡାଉନ୍ କଟକଣା କୋହଳ ହେବା ଏବଂ ଅର୍ଥନୀତି ପର୍ଯ୍ୟାୟକ୍ରମେ ପ୍ରାକ୍‌-କୋଭିଡ୍ ସ୍ଥିତିକୁ ପୁନଃ ଆସିବା ସହ ବ୍ୟକ୍ତିଗତ ଗମନାଗମନ ପ୍ରତି ବ୍ୟବହାରକାରୀମାନେ ଅଗ୍ରାଧିକାର ଦେବାରେ ଉଲ୍ଲେଖନୀୟ ବୃଦ୍ଧି ଘଟିିଛି। କଂପାନି ଅନୁଭବ କରୁଛି ଯେ ନିଜକୁ ଅପ୍‌ଗ୍ରେଡ୍ କରିବା ଏବଂ ଗମନାଗମନ ବିକଳ୍ପ ଲାଗି ଗ୍ରାହକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ିଛି। ସେହି ସମୟରେ କାର୍‌ଦେଖୋ ଏହା ମଧ୍ୟ ଅନୁଭବ କରୁଛି ଯେ ଶିଳ୍ପର ଶ୍ରେଷ୍ଠ ମାନ ଓ ସୁଲଭ ମୂଲ୍ୟ ଯୋଗୁଁ ଏହାର ବିଶ୍ୱାସନୀୟ ସାର୍ଟିଫାଏଡ୍ ପ୍ରି-ଓନଡ୍ କାର୍ ପାଇଁ ଚାହିଦାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଘଟିଛି।

ଉନ୍ମୋଚନ ସମ୍ପର୍କରେ ଉମେଶ ହୋରା, ସିଇଓ-ୟୁଜଡ୍ କାର୍ ବିଜନେସ୍‌, କାର୍‌ଦେଖୋ ଗ୍ରୁପ୍ କହିଛନ୍ତି ଭୁବନେଶ୍ୱରରେ କାର୍‌ଦେଖୋ ଗାଡ଼ି ଷ୍ଟୋର୍ ଉନ୍ମୋଚନ ମୋତେ ଅତ୍ୟନ୍ତ ଖୁସି ପ୍ରଦାନ କରୁଛି। ଏହା ଏକ ଆଧୁନିକ ସହର ଯାତ୍ରା ଦ୍ରୁତ ଗତିରେ ଏକ ପ୍ରଗତିଶୀଳ ମେଟ୍ରୋପୋଲିସରେ ରୂପାନ୍ତରିତ ହେଉଛି। ଆମେ ସେମାନଙ୍କ କାର୍ ପାଇଁ ଶ୍ରେଷ୍ଠ ମୂଲ୍ୟ ପ୍ରଦାନ କରିବା ଓ ଲୋକମାନଙ୍କୁ ବିଶ୍ୱସ୍ତରୀୟ ସେବା ଯୋଗାଇ ଦେବା ଲାଗି ଉଦ୍ୟମ କରିବୁ। ଆମେ ଆଶାବାଦୀ ଅଛୁ ଯେ ଗ୍ରାହକମାନଙ୍କୁ ଠାରୁ ଭୁବନେଶ୍ୱର କାରବାର ଉତ୍ସାହଜନକ ସମର୍ଥନ ହାସଲ କରିବ।

କାର୍‌ଦେଖୋ ଗାଡ଼ିର ୟୁଏସ୍‌ପି ହେଉଛି ବୈଜ୍ଞାନିକି ପଦ୍ଧତିରେ କାର୍ ନିରୀକ୍ଷଣ ଓ ଗ୍ରାହକମାନଙ୍କୁ ସେମାନଙ୍କ କାର୍‌ର ସର୍ବୋତମ ପୁନଃବିକ୍ରି ମୂଲ୍ୟ ପ୍ରଦାନ କରିବା ସହ ମାଗଣା ଇସି ଟ୍ରାନ୍ସଫର, ଋଣ ବନ୍ଦ ସହାୟତା, ତୁରନ୍ତ ଧନରାଶି ହସ୍ତାନ୍ତର ଇତ୍ୟାଦି ଭଳି ସୁବିଧା ଦେଇ ଗ୍ରାହକମାନଙ୍କୁ ଗାଡ଼ି ବିକ୍ରିର ନିରବଚ୍ଛିନ୍ନ ଅନୁଭୂତି ପ୍ରଦାନ କରିବା। ୨୦୨୦-୨୧ରେ ଭାରତରେ ପ୍ରତି ନୂଆ କାର୍ କାରବାର ତୁଳନାରେ ୧.୩ ଗୁଣା ୟୁଜଡ୍ କାର୍ କାରବାର ହୋଇଛି । ଆସନ୍ତ ତିନି ବର୍ଷରେ ଏହି ସଂଖ୍ୟା ଦୁଇ ଗୁଣାକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଆମେରିକା ଭଳି ବିକଶିତ ଦେଶରେ ପ୍ରତି ନୂଆ କାର୍ ବିକ୍ରି ପିଛା ୨.୫ ଗୁଣା ପୁରୁଣା କାର୍ ବିକ୍ରି ହେଉଛି।

ସମ୍ବନ୍ଧିତ ଖବର
between image and heading

Comments are closed.