କାରଖାନାରେ ଅଗ୍ନିକାଣ୍ଡ, ୩ ମୃତ

ମୁମ୍ବାଇ : ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାର ଏକ ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ୩ ଜଣ ମୃତ୍ୟୁବରଣ କରିଥିବା ବେଳେ ୮ଜଣ ଆହତ ହୋଇଛନ୍ତି।

ଖବର ଅନୁଯାୟୀ ମୁମ୍ବାଇଠାରୁ ପ୍ରାୟ ୩୦୦କିଲୋମିଟର ଦୂରରେ ଥିବା ଖେଡ ତାଲୁକାର ଲୋଟେ ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମ ଅଞ୍ଚଳରେ ଥିବା ୟୁନିଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ରତ୍ନଗିରି ପୋଲିସ କଣ୍ଟ୍ରୋଲ ରୁମର ଜଣେ ଅଧିକାରୀ କହିଛନ୍ତି ବିସ୍ଫୋରଣ କାରଣରୁ ନିଆଁ ଲାଗିଯାଇଥିଲା। ନିଆଁକୁ ଆୟତ୍ତ କରାଯାଇ ବିସ୍ଫୋରଣର କାରଣ ଖୋଜାଚାଲିଛି। ତେବେ କାରଖାନା ଭିତରେ ଥିବା ବିଲାସ କଦମ, ସଚିନ ତରୱାର ଓ ମଙ୍ଗେଶ ଜାମକରଙ୍କର ମୃତ୍ୟୁ ଘଟିଛି। ଆହତ ୮ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button