କାର୍ଡଧାରୀମାନଙ୍କୁ ଗୁଗୁଲ୍ ପେ’ ଜରିଆରେ ପେମେଂଟ୍ ସୁବିଧା: ଗୁଗୁଲ୍ ସହିତ ଏସ୍‌ବିଆଇ କାର୍ଡର ସହବନ୍ଧନ

ନୂଆଦିଲ୍ଲୀ/ ଭୁବନେଶ୍ୱର : ଭାରତର ସର୍ବବୃହତ ପ୍ୟୁର-ପ୍ଲେ କ୍ରେଡିଟ୍ କାର୍ଡ ଜାରି କରୁଥିବା ସଂସ୍ଥା ଏସ୍‌ବିଆଇ କାର୍ଡ ପକ୍ଷରୁ ଗୁଗୁଲ୍ ପେ ପ୍ଲାଟଫର୍ମରେ ଏସ୍‌ବିଆଇ କ୍ରେଡିଟ୍ କାର୍ଡକୁ ବ୍ୟବହାର କରିବା ସୁବିଧା କାର୍ଡଧାରୀମାନଙ୍କୁ ପ୍ରଦାନ କରିବା ଲାଗି ଗୁଗୁଲ୍ ସହିତ ସହବନ୍ଧନ ବିଷୟରେ ଘୋଷଣା କରାଯାଇଛି। ଏସ୍‌ବିଆଇ କ୍ରେଡିଟ୍ କାର୍ଡ ବ୍ୟବହାରକାରୀମାନେ ସେମାନଙ୍କ ଆଣ୍ଡ୍ରଏଡ୍ ଫୋନ୍‌ରେ ଗୁଗୁଲ୍ ପେ ଆପ୍‌କୁ ବ୍ୟବହାର କରି ପେମେଂଟ୍ କରିପାରିବେ। ଗୁଗୁଲ୍ ପେକୁ ତିନିଟି ମାଧ୍ୟମରେ ଯଥା ଏନ୍‌ଏଫ୍‌ସିର ପିଓଏସ୍ ଟର୍ମିନାଲ୍‌ରେ ଟ୍ୟାପ୍ ଆଣ୍ଡ୍ ପେ, ମର୍ଚାଂଟ୍ କିମ୍ବା ଅନଲାଇନ୍ ପେମେଂଟ୍ ବେଳେ ଭାରତ କ୍ୟୁଆର୍ କୋଡ୍ ସ୍କାନ୍ କରି ବିନା କ୍ରେଡିଟ୍ କାର୍ଡ ବ୍ୟବହାରରେ ସୁରକ୍ଷିତ ଓ ନିରାପଦ ଭାବେ ପେମେଂଟ୍ କରିପାରିବେ। ଏକ ସୁରକ୍ଷିତ ଓ ଉନ୍ନତ ଗ୍ରାହକ ଅନୁଭୂତି ପାଇଁ ଶୂନ ସ୍ପର୍ଶ ଭିତ୍ତିକ ଡିଜିଟାଲ୍ ମାଧ୍ୟମର ପେମେଂଟର ପ୍ରସାର ପାଇଁ ଏସ୍‌ବିଆଇ କାର୍ଡ କରୁଥିବା ଉଦ୍ୟମ ଅନୁସାରେ ଏହି ସୁବିଧାର ଶୁଭାରମ୍ଭ କରାଯାଇଛି।

ଏହି ଉଚ୍ଚ ସୁରକ୍ଷିତ ପେମେଂଟ୍ ଅନୁଭୂତିକୁ ଟୋକେନାଇଜେସନ୍ ଜରିଆରେ ସକ୍ରିୟ କରାଯାଇଛି। ଯେଉଁଠାରେ କାର୍ଡଧାରୀ ସେମାନଙ୍କ ଫୋନ୍‌ରେ ସଲଗ୍ନ କରାଯାଇଥିବା ଏକ ଡିଜିଟାଲ୍ ଟୋକେନ୍ ଜରିଆରେ ମର୍ଚାଂଟ୍‌ଙ୍କୁ କାର୍ଡର କୌଣସି ସୂଚନା ପ୍ରଦାନ ନକରି ପେମେଂଟ୍ କରିପାରିବେ। ଗୁଗୁଲ୍ ପେ’ ହେଉଛି ଏକ ବ୍ୟାପକ ଭାବେ ଗ୍ରହଣୀୟ ପେମେଂଟ୍ ଆପ୍। ଯାହାକୁ ଭାରତରେ ବ୍ୟାପକ ଭାବେ ଗ୍ରହଣ କରାଯାଉଛି ଏବଂ ମେଟ୍ରୋ ଓ ଅଣ ମେଟ୍ରୋ ସହରଗୁଡ଼ିକରେ ଏହାର ଗଭୀର ସାନ୍ଧ୍ରତା ରହିଛି । ଏହି ସହବନ୍ଧନ ଦ୍ୱାରା ଏସ୍‌ବିଆଇ କାର୍ଡ ଏହାର କାର୍ଡଧାରୀମାନଙ୍କୁ ଗୁଗୁଲ୍ ପେ’ ଜରିଆରେ ପେମେଂଟ୍ ସୁବିଧା ପ୍ରଦାନ କରିବା ଲାଗି ଓ ସେମାନଙ୍କୁ ମୋବାଇଲ୍ ଫୋନ୍‌ରେ ସୁରକ୍ଷିତ ପେମେଂଟ୍ କରିବାର ସୁବିଧା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ବର୍ତମାନ ଏହି ସୁବିଧା ଭିସା ପ୍ଲାଟଫର୍ମରେ ଥିବା ଏସ୍‌ବିଆଇ କାର୍ଡଧାରୀମାନଙ୍କ ପାଇଁ ଉପଲବ୍ଧ ରହିଛି।

କାର୍ଡଧାରୀମାନଙ୍କୁ ଏହି କିଛି ସହଜ ଉପାୟ ଅବଲମ୍ବନ କରି ଗୁଗୁଲ୍ ପେ ପ୍ଲାଟଫର୍ମରେ ସେମାନଙ୍କ ଏସ୍‌ବିଆଇ କାର୍ଡକୁ ଥରେ ମାତ୍ର ପଞ୍ଜୀକରଣ କରିବାକୁ ପଡ଼ିବ।
୧. ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍‌ରେ ଗୁଗୁଲ୍ ପେ’ର ସଦ୍ୟତମ ଭର୍ସନ୍‌କୁ ଡାଉନ୍‌ଲୋଡ୍ କରନ୍ତୁ
୨. ପେମେଂଟ୍ ମେଥଡ୍ ସେଟିଂରେ ‘ଆଡ୍ କାର୍ଡ’କୁ ଯାଆନ୍ତୁ
୩. କାର୍ଡଧାରୀଙ୍କ ନାମ, କାର୍ଡ ନମ୍ବର, ଏକ୍ସପାୟାରି, ସିଭିଭି ଓ ସଠିକ ଓଟିପି ଦିଅନ୍ତୁ
୪. ଓଟିପି ସ୍ୱୀକୃତି ପରେ ପେମେଂଟ୍ ପାଇଁ କାର୍ଡ ପଞ୍ଜୀକରଣ ହୋଇଯିବ ଏବଂ ତାହାକୁ ଏନ୍‌ଏଫ୍‌ସି ଭିତିକ ଟର୍ମିନାଲ୍‌, ଭାରତ କ୍ୟୁଆର୍ ଭିତିକ ମର୍ଚାଂଟ୍ ଏବଂ ନିର୍ଦିଷ୍ଟ ଅନଲାଇନ୍ ମର୍ଚାଂଟ୍‌ଙ୍କ ପାଖରେ ବ୍ୟବହାର କରାଯାଇପାରିବ।

ଏସ୍‌ବିଆଇ କାର୍ଡ ଏମ୍‌ଡି ଓ ସିଇଓ ଅଶ୍ୱିନୀ କୁମାର ତିୱାରୀ କହିଛନ୍ତି “ଆମ ଗ୍ରାହକଙ୍କ ଜୀବନକୁ ସହଜ ଓ ଉନ୍ନତ କରିବା ଲାଗି ଅଭିନବୀକରଣର ପରିସରକୁ ଆହୁରି ବ୍ୟାପକ କରିବାକୁ ଆମେ ଉଦ୍ୟମ କରୁଛୁ। ଗୁଗୁଲ୍ ପେ’ ସହିତ ସହଯୋଗିତା ସେହି ଦିଗରେ ଆଉ ଏକ ସକରାତ୍ମକ ପଦକ୍ଷେପ। ପେମେଂଟ୍ କ୍ଷେତ୍ରର ଅନ୍ୟତମ ଅଗ୍ରଣୀ ସେବା ପ୍ରଦାନକାରୀ ଗୁଗୁଲ୍ ପେ ସହିତ ଆମର ସହଯୋଗିତା ଆମକୁ ଆମର ବ୍ୟାପକ ବର୍ଗର ଗ୍ରାହକମାନଙ୍କୁ ସୁରକ୍ଷିତ ଓ ସୁବିଧାଜନକ ଡିଜିଟାଲ୍ ପେମେଂଟ୍ ସମାଧାନ ପ୍ରଦାନ କରିବାରେ ସହାୟକ ହେବ। ଭାରତରେ ସ୍ମାର୍ଟଫୋନ୍‌ର ବ୍ୟବହାର ବୃଦ୍ଧି ପାଉଥିବା ବେଳେ ମୋବାଇଲ୍ ଫୋନ୍‌ରେ ମଧ୍ୟ ସୁରକ୍ଷିତ ଭାବେ କ୍ରେଡିଟ୍ କାର୍ଡ ରହିପାରୁଛି। ଗୁଗୁ୍‌ଲ୍ ସହିତ ଆମର ସହଯୋଗିତା ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଆମ ଗ୍ରାହକମାନଙ୍କ ପାଇଁ ଏକ ନୂଆ, ସୁରକ୍ଷିତ ଓ ନିରବଚ୍ଛିନ୍ନ ପେମେଂଟ୍ ମାଧ୍ୟମ ଉନ୍ମୁକ୍ତ କରିବ।

ଗୁଗୁଲ ପେ ଆଣ୍ଡ୍ ନେକ୍ସଟ ବିଲିଅନ୍ ୟୁଜରସ୍‌-ଇଣ୍ଡିଆ ବ୍ୟବସାୟ ମୁଖ୍ୟ: କହିଛନ୍ତି ସଜିଥ୍ ଶିବନନ୍ଦନ କହିଲେ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ସୁରକ୍ଷାର ଉଚ୍ଚ ମାନକ ସହିତ ଟୋକେନାଇଜେସନ୍ ଭଳି ବିଶ୍ୱ ସ୍ତରୀୟ ମାନକ ଆଣି ଏବଂ ଆଗାମୀ ଦିନରେ ପେମେଂଟ୍‌କୁ ଅଧିକ ସୁରକ୍ଷିତ, ସୁବିଧାଜନକ ଓ ଉଦ୍ୟମହୀନ କରିବା ଲାଗି ଆମେ ପ୍ରତିବଦ୍ଧ ରହିଥିବାରୁ ଏସ୍‌ବିଆଇ କାର୍ଡ ସହିତ ଆମର ସହବନ୍ଧନକୁ ଆମେ ଆମେ ଉଲ୍ଲସିତ।’

ମତାମତ ଦିଅନ୍ତୁ ।