କାର୍ଯ୍ୟାଳୟ ଖୋଲିଲା : ଅପରାଜିତା କହିଲେ ସିଲ୍ ବେଆଇନ୍

ଭୁବନେଶ୍ଵର : ଭୁବନେଶ୍ଵର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନ୍ମଦିନ ଉତ୍ସବ ପାଳନର ଭିଡିଓ ଆଧାରରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ତାଙ୍କ କାର୍ଯ୍ୟାଳୟକୁ ସିଲ କରାଯାଇଥିଲା। କୁହାଯାଇଥିଲା ୧୫ ଦିନ କାର୍ଯ୍ୟାଳୟ ବନ୍ଦ ରହିବ। କିନ୍ତୁ ସିଲ୍ ହେବାର ୭ ଦିନ ପରେ ଅର୍ଥାତ ଆଜି ବିଏମସି କାର୍ଯ୍ୟାଳୟର ତାଲା ଖୋଲିଛି।

ଅପରପକ୍ଷରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ତାଙ୍କ ଅଫିସକୁ ବିଏମସି ସିଲ୍ କରିବା ବେଆଇନ୍। ସମସ୍ତ ନିୟମକୁ ଜଳାଞ୍ଜଳି ଦେଇ ବିଏମସି ଏହି ପଦକ୍ଷେପ ନେଇଥିବା ସେ ଅଭିଯୋଗ କରିଛନ୍ତି। ଅଫିସକୁ ସିଲ୍ କରାଯିବା ଉଚିତ୍ ନଥିଲା। ବିଏମସିର କ୍ଷମତା ନ ଥାଇ ମଧ୍ୟ ଏଭଳି କର୍ତ୍ତୃତ୍ଵ ଜାହିର କରିଛି ବୋଲି ସେ ବିଏମସି କମିସନରଙ୍କୁ ଚିଠି ଲେଖି ଜଣାଇଛନ୍ତି। ଆଗାମୀ ଦିନରେ ନ୍ୟାୟାଳୟର ଦ୍ୱାରସ୍ଥ ହୋଇପାରନ୍ତି ବୋଲି ଅପରାଜିତା କହିଛନ୍ତି।

ମତାମତ ଦିଅନ୍ତୁ ।