କର୍କଟ ଚିହ୍ନଟ ପାଇଁ ନୂଆ ଜ୍ଞାନକୌଶଳ ଉଦ୍ଭାବନ

ନୂଆଦିଲ୍ଲୀ : ଭାରତୀୟ ଗବେଷକ କର୍କଟ ରୋଗର ଆଗୁଆ ଚିହ୍ନଟ ପାଇଁ ଏକ ଜ୍ଞାନକୌଶଳ ବାହାର କରିଛନ୍ତି। ଯାହା ଏହି ରୋଗର ଚିକିତ୍ସା କ୍ଷେତ୍ରରେ ବେଶ ସହାୟକ ହୋଇପାରିବ।

ମୁମ୍ବାଇ ନାନୋଟେକ୍ ବୈଜ୍ଞାନିକ ଡ. ବିନୟ କୁମାର ତ୍ରିପାଠୀ ଓ ତାଙ୍କ ଦୁଇ ପୁଅ ଆଶୀଷ ଓ ଅନିସ ଏହି ଜ୍ଞାନକୌଶଳର ବିକାଶ କରାଇଛନ୍ତି। ସେମାନେ ନିଜର ଗବେଷଣା ମୁମ୍ବାଇର ଏପିଜେନେରେସ ବାୟୋଟେକନଲୋଜୀ ଓ ସିଂଗାପୁରର ଜାର୍ ଲାବ୍ସର ସହଯୋଗିତାରେ କରିଥିଲେ। ଗବେଷଣାର ସଂଦର୍ଭ ଜର୍ମାନିର ଏକ ଜର୍ଣ୍ଣାଲରେ ପ୍ରକାଶ ପାଇଛି। ଗବେଷଣା ପାଇଁ ସେମାନେ ୧ ହଜାରରୁ ଅଧିକ କର୍କଟ ରୋଗୀଙ୍କୁ ନେଇ ଏକ କ୍ଲିନିକାଲ ପରୀକ୍ଷଣ କରିଥିଲେ। ନୂଆ ପ୍ରଯୁକ୍ତି ଦ୍ଵାରା ପ୍ରାୟ ୨୫ ପ୍ରକାରର କର୍କଟ ରୋଗର ଚିହ୍ନଟ କରାଯାଇପାରୁଛି। ବର୍ଷ ଶେଷସୁଦ୍ଧା ଭାରତରେ ଏହି ଟେକନଲୋଜୀର ପ୍ରୟୋଗ ଆରମ୍ଭ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ସମ୍ବନ୍ଧିତ ଖବର
between image and heading

Comments are closed.