କର୍ମଚାରୀଙ୍କ ପାଇଁ ଆସିବ ନୂଆ ନିୟମ

ନୂଆଦିଲ୍ଲୀ : କେନ୍ଦ୍ର ସରକାର କର୍ମଚାରୀଙ୍କ ସର୍ବନିମ୍ନ ଦରମା ଧାର୍ଯ୍ୟ କରିବା ପାଇଁ ଏକ ନିୟମ ଆଣିବାକୁ ଯୋଜନା କରୁଛନ୍ତି। ଏ ନେଇ ଡ୍ରାଫ୍ଟ କୋଡ ଅନ ୱେଜ୍ ସେଣ୍ଟ୍ରାଲ ରୁଲ୍ ପାଇଁ ସରକାରଙ୍କ ପକ୍ଷରୁ ଏକ ଗେଜେଟ୍ ନୋଟିଫିକେସନ ଜାରି କରାଯାଇଛି। ଏହାଦ୍ୱାରା ଦେଶର ପ୍ରାୟ ୫୦ କୋଟି କର୍ମଚାରୀ ତଥା ଶ୍ରମିକ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି।

ନୂଆ ଆଇନ ଅନୁଯାୟୀ ନିଯୁକ୍ତିକର୍ତ୍ତାଙ୍କୁ ପ୍ରତିଟି କର୍ମଚାରୀଙ୍କୁ ସାଲାରୀ ସ୍ଲିପ୍ ଦେବାକୁ ହେବ। କଂପାନି ଏହାକୁ ଫିଜିକାଲ କିମ୍ବା ଇଲେକ୍ଟ୍ରୋନିକ ରୂପରେ ଦେଇପାରିବ। ଏହି ଆଇନରେ ଅଣକୁଶଳୀ ବର୍ଗର ୧୨୩ ପ୍ରକାରର ବୃତ୍ତିକୁ ସାମିଲ କରାଯାଇଥିବା ବେଳେ ଅର୍ଧକୁଶଳୀ ଶ୍ରେଣୀରେ ୧୨୭ ପ୍ରକାରର ବୃତ୍ତିକୁ ଅନ୍ତର୍ଭୁକ୍ତ କରାଯାଇଛି। ଆଉ ଧାର୍ଯ୍ୟ କରାଯାଇଛି କାମ କରିବାର ସମୟ ସୀମା। ସାଧାରଣ କାର୍ଯ୍ୟ ଦିବସରେ ଜଣେ କର୍ମଚାରୀ ମାତ୍ର ୮ ଘଣ୍ଟା କାମ କରିପାରିବେ। ଏହି ସମୟ ମଧ୍ୟରେ ତାଙ୍କୁ ଥରେ କିମ୍ବା ଅଧିକ ଥର ବିରତି ମିଳିବ। ବିରତି ସମୟ ସମୁଦାୟ ୧ ଘଣ୍ଟା ଧାର୍ଯ୍ୟ କରାଯାଇଥିବା ବେଳେ କର୍ମଚାରୀଙ୍କୁ ସପ୍ତାହରେ ଗୋଟିଏ ଦିନ ଛୁଟି ମିଳିବ।

ମତାମତ ଦିଅନ୍ତୁ ।