କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ଓ ଡିକେ ସୁରେଶଙ୍କ ଘରେ ସିବିଆଇ ରେଡ୍

ବେଙ୍ଗାଲୁର : କର୍ଣ୍ଣାଟକର କଂଗ୍ରେସ ଅଧ୍ୟକ୍ଷ ଡିକେ ଶିବକୁମାର ଓ ତାଙ୍କ ସାଂସଦ ଭାଇ ଡିକେ ସୁରେଶଙ୍କ ଘର ସହିତ ୧୫ଟି ସ୍ଥାନରେ ସିବିଆଇ ଚଢଉ କରିଛି। ବେଙ୍ଗାଲୁରର ଡୋଡ୍ଡାଲହଲ୍ଲୀ, କନକପୁରା ଓ ସଦାଶିବ ନଗରରେ ଏହି ଚଢଉ ହୋଇଛି।

ସୋମବାର ସକାଳ ୬ଟା ବେଳେ ସିବିଆଇର ଟିମ କନକପୁରା ବିଧାନସଭା ଅଞ୍ଚଳରେ ଡୋଡ୍ଡାଳ୍ଲାହଲ୍ଲୀ ଗାଁ ସ୍ଥିତ ଡିକେ ଶିବକୁମାରଙ୍କ ଘରେ ଚଢାଉ କରିଥିଲା। ଡିକେ ଶିବକୁମାର କନକପୁରା ବିଧାନସଭା ବିଧାୟକ ଅଛନ୍ତି। ସେହିପରି ତାଙ୍କ ଭାଇ ଡିକେ ସୁରେଶ ବେଙ୍ଗାଲୁର ଗ୍ରାମୀଣରୁ ସାଂସଦ ଅଛନ୍ତି। ଯେଉଁ ବାସଭବନ ଗୁଡିକରେ ଚଢାଉ କରାଯାଉଛି ତାହା ଭିତରେ ଜଣେ ଶିବକୁମାରଙ୍କ ନିକଟତମ ସହଯୋଗୀ ଇକବାଲ ହୁସେନଙ୍କ ଘର ମଧ୍ୟ ରହିଛି।

କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା ସିବିଆଇ ଚଢଉକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ବିଜେପି ସବୁବେଳେ ପ୍ରତିଶୋଧର ରାଜନୀତି ଓ ଜନତାର ଧ୍ୟାନ ହଟାଇବାର ଚେଷ୍ଟା କରୁଥିଲା। ଉପ-ନିର୍ବାଚନ ପାଇଁ ଆମର ପ୍ରସ୍ତୁତି ଚାଲିଛି। ଏହି ସମୟରେ ଡିକେ ଶିବକୁମାରଙ୍କ ଘର ଉପରେ ସିବିଆଇର ଚଢଉକୁ ମୁଁ କଡା ନିନ୍ଦା କରୁଛି।

ମତାମତ ଦିଅନ୍ତୁ ।